“ଇମ୍ରାନ୍‌ ସଂଖ୍ୟାଲଘୁଙ୍କ ବିଷୟରେ କହିବା ସୈତାନ୍‌ର ବେଦପାଠ ଭଳି” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

“ଇମ୍ରାନ୍‌ ସଂଖ୍ୟାଲଘୁଙ୍କ ବିଷୟରେ କହିବା ସୈତାନ୍‌ର ବେଦପାଠ ଭଳି”

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କର ସଂଖ୍ୟାଲଘୁ ଦରଦକୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ରାମ ମାଧବ। ସେ କହିଛନ୍ତି ତାଙ୍କର ଏପରି କହିବା ସୈତାନ୍‌ର ବେଦପାଠ ଭଳି।

ଶ୍ରୀ ମାଧବ କହିଛନ୍ତି, “ଇମ୍ରାନ୍‌ ଖାନ୍‌ କିମ୍ବା ପାକିସ୍ତାନ ସଂଖ୍ୟାଲଘୁ ପ୍ରସଙ୍ଗରେ ମତ ରଖିଲାବେଳେ ମନେହୁଏ ସୈତାନ୍‌ ବେଦପାଠ କରୁଛି। ସ୍ୱାଧୀନତା ପରେ ପାକିସ୍ତାନରେ ୯-୧୦% ହିନ୍ଦୁ ଥିଲେ, କିନ୍ତୁ ଏବେ ଏହା ୦.୫%ରୁ ମଧ୍ୟ କମ୍‌। କିନ୍ତୁ ଭାରତରେ ଏହାର ଓଲଟା। ଏଠି ସଂଖ୍ୟାଲଘୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।”

ନୂଆ ପାକିସ୍ତାନ ଜିନ୍ନାଙ୍କ ପାକିସ୍ତାନ ହେବ। ଇମ୍ରାନ୍‌ କହିଥିଲେ ନୂଆ ପାକିସ୍ତାନରେ ସବୁ ନାଗରିକଙ୍କୁ ସମାନଭାବରେ ଦେଖାଯିବ, ଭାରତ ଭଳି ନୁହେଁ।

ପୂର୍ବରୁ ନସୀରୁଦ୍ଦିନ୍‌ ଶାହଙ୍କ ପ୍ରସଙ୍ଗରେ ମଧ୍ୟ ସେ ମନ୍ତବ୍ୟ ଦେଇଥିଲେ, ସେ ମୋଦି ସରକାରଙ୍କୁ ଦେଖାଇଦେବାକୁ ଚାହାନ୍ତି ସଂଖ୍ୟାଲଘୁଙ୍କ ସହିତ କେମିତି ବ୍ୟବହାର କରାଯାଏ।



from Odisha Reporter http://bit.ly/2VeeMFp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages