ଅଷ୍ଟ୍ରେଲିଆର ଦିନିକିଆ ଦଳ ଘୋଷିତ, ୱାର୍ଣ୍ଣ କହିଲେ ଚୟନ ‘ହାସ୍ୟାସ୍ପଦ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ଅଷ୍ଟ୍ରେଲିଆର ଦିନିକିଆ ଦଳ ଘୋଷିତ, ୱାର୍ଣ୍ଣ କହିଲେ ଚୟନ ‘ହାସ୍ୟାସ୍ପଦ’

ମେଲବର୍ଣ୍ଣ: ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଆଜି କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ଦିନିକିଆ ଦଳ ଘୋଷଣା କରାଯାଇଛି। ଏହି ଟିମ୍‌ରେ ଖରାପ ଫର୍ମ ପାଇଁ ଟ୍ରାଭିସ୍‌ ହେଡ୍‌, କ୍ରିସ୍‌ ଲୀନ୍‌, ଡି’ଆର୍ସି ଶଟ, ବେନ୍‌ ମ୍ୟାକ୍‌ଡରମଟ ଓ ଅଲରାଉଣ୍ଡର ଆଶଟନ୍‌ ଆଗାରଙ୍କୁ ବାଦ୍‌ ଦିଆଯାଇଛି।

ସେହିପରି ଦୁଇ ପ୍ରମୁଖ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏବଂ ପ୍ୟାଟ୍‌ କମିନ୍ସଙ୍କୁ ମଧ୍ୟ ବିଶ୍ରାମ ଦେବା ଉଦ୍ଦେଶ୍ୟରେ କ୍ରିକେଟ ଅଷ୍ଟ୍ରେଲିଆ ୧୪ ଜଣିଆ ଘୋଷିତ ସ୍କ୍ୱାଡ୍‌ରୁ ବାଦ୍‌ ଦେଇଛି। ଉସ୍‌ମାନ୍‌ ଖ୍ୱାଜା, ନେଥନ ଲାୟନ ଓ ଭେଟରାନ୍‌ ବୋଲର ପିଟର ସିଡିଲ୍‌ଙ୍କ ଦିନିକିଆ ଦଳକୁ ଲେଉଟାଣି ହୋଇଛି।

ତେବେ ଟିମ୍‌ ଚୟନକୁ ନେଇ କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ ଅଷ୍ଟ୍ରେଲୀୟ ବୋଲର ଶେନ୍‌ ୱାର୍ଣ୍ଣ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଏଭଳି ଟିମ୍‌ ଘୋଷଣାକୁ ପରିହାସଯୋଗ୍ୟ ତଥା ହାସ୍ୟାସ୍ପଦ ବୋଲି କହିଛନ୍ତି।

ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, “ ଏଭଳି ହାସ୍ୟାସ୍ପଦ ଟିମ୍‌ ଚୟନ ଅଷ୍ଟ୍ରେଲିଆ କ୍ରିକେଟ୍‌ ବନ୍ଦ କରିବା ଦରକାର। କେବଳ ଦିନିକିଆ ନୁହେଁ ସବୁ ଫର୍ମାଟରେ ଏଭଳି ମନଇଚ୍ଛା ଟିମ୍‌ ଚୟନ ହେଉଛି। ଏହା ଉପରେ ରୋକ ଲାଗିବା ଦରକାର।”

୧୪ ଜଣିଆ ସ୍କ୍ୱାଡ୍‌ରେ ସ୍ଥାନ ପାଇଥିବା ଲାୟନ ଦୀର୍ଘ ୬ ବର୍ଷ ପରେ ଅଷ୍ଟ୍ରେଲିଆର ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ଖ୍ୱାଜା ୨୦୧୭ ଜାନୁଆରୀରେ ଶେଷଥର ପାଇଁ ଅଷ୍ଟ୍ରେଲିଆ ପକ୍ଷରୁ ଦିନିକିଆ ଖେଳିଥିଲେ। ସବୁଠାରୁ ବଡ଼ କଥା ହେଉଛି ୩୪ ବର୍ଷୀୟ ପିଟର ସିଡିଲ୍‌ ୨୦୧୦ ପରଠାରୁ ଅଷ୍ଟ୍ରେଲିଆ ପାଇଁ ଦିନିକିଆ ଖେଳିନାହାନ୍ତି।

ଆସନ୍ତା ୧୨ ତାରିଖରୁ ଅଷ୍ଟ୍ରେଲିଆ ସିଡ୍‌ନୀରେ ଭାରତ ବିପକ୍ଷରେ ଦିନିକିଆ ଖେଳିବ।

ଅଷ୍ଟ୍ରେଲିଆର ୧୪ ଜଣିଆ ସ୍କ୍ୱାଡ୍‌: ଆରୋନ୍‌ ଫିଞ୍ଚ(ଅଧିନାୟକ), ଉସ୍‌ମାନ ଖ୍ୱାଜା, ଶନ୍‌ ମାର୍ଶ, ପିଟର ହ୍ୟାଣ୍ଡସ୍କମ୍ୱ, ଗ୍ଲେନ୍‌ ମ୍ୟାକ୍ସୱେଲ, ମାର୍କସ୍‌ ଷ୍ଟୋଇନିସ୍‌, ମିଚେଲ ମାର୍ଶ, ଆଲେକ୍ସ କେରୀ, ଜେ ରିଚାର୍ଡସନ୍‌, ବିଲ୍ଲି ଷ୍ଟାଙ୍କଲେକ, ଜାସନ୍‌ ବେହେରାନ୍‌ଡ୍ରଫ୍‌, ପିଟର ସିଡିଲ୍‌, ନେଥନ ଲାୟନ ଓ ଆଡାମ୍‌ ଜାମ୍ଫା।



from Odisha Reporter http://bit.ly/2RwrL6b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages