ଡଙ୍ଗାବୁଡ଼ି: ଦୁଇ ଦିନ ପରେ ମିଳିଲା ଶିଶୁର ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ଡଙ୍ଗାବୁଡ଼ି: ଦୁଇ ଦିନ ପରେ ମିଳିଲା ଶିଶୁର ମୃତଦେହ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଡଙ୍ଗାବୁଡ଼ି ଘଟଣାର ଦୁଇ ଦିନ ପରେ ମହାନଦୀ ଗର୍ଭରୁ ମିଳିଛି ଆଉ ଏକ ମୃତଦେହ। ମୃତ ଶିଶୁ କନ୍ୟା ହେଉଛନ୍ତି ଶୁଭସ୍ମିତା ସ୍ୱାଇଁ। ଏହାକୁ ମିଶାଇ ଡଙ୍ଗାବୁଡ଼ିରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ଗତକାଲି ହସିଣା ଗାଁ ଶ୍ମଶାନରେ ଏକ ସଙ୍ଗେ ୮ ଜଣଙ୍କ ଜୁଈ ଜଳିଥିଲା। ଏହାକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଥିଲା।

ବୁଧବାର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ହସିଣା ଗାଁର ୧୭ଟି ପରିବାରର ପୁରୁଷ, ମହିଳା ଓ ଶିଶୁଙ୍କୁ ମିଶାଇ ମୋଟ ୫୫ ଜଣ ବଣଭୋଜି କରିବାକୁ ଦୁଇଟି ଦେଶୀ ଡଙ୍ଗା ଯୋଗେ ହୁକିଟୋଲା ଯାଇଥିଲେ। ତେବେ ସେଠାରୁ ସେମାନେ ଗୋଟିଏ ଡଙ୍ଗାରେ ଫେରୁଥିଲେ। ଫେରିବା ବେଳେ କେନ୍ଦ୍ରାପଡ଼ାର ନିପାଣିଆଠାରେ ମହାନଦୀ ମୁହାଣରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା।

ରାଜ୍ୟ ସରକାର ଏହି ଘଟଣାରେ ମୃତକଙ୍କ ପିଛା ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିଲେ । ଆଜି ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜିଲ୍ଲାପାଳ ସହାୟତା ରାଶି ପ୍ରଦାନ କରିବାକୁ ଯାଇଥିଲା ବେଳେ ଗାଁ ଲୋକେ ସେମାନଙ୍କୁ ବିରୋଧ କରିଥିଲେ। ଫଳରେ ସେମାନେ ସହାୟତା ଚେକ୍‌ ସ୍ଥାନୀୟ ତହସିଲଦାରଙ୍କୁ ଦେଇ ଚାଲି ଆସିଥିବା ଜଣାପଡ଼ିଛି।



from Odisha Reporter http://bit.ly/2GQfZPQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages