‘ସେ ମୋତେ ସାଙ୍ଗମାନଙ୍କ ଆଗରେ ମାଡ଼ ମାରିଛନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

‘ସେ ମୋତେ ସାଙ୍ଗମାନଙ୍କ ଆଗରେ ମାଡ଼ ମାରିଛନ୍ତି’

ମୁମ୍ବାଇ: ଟେଲିଦୁନିଆର ଲୋକପ୍ରିୟ ଅଭିନେତ୍ରୀ ତଥା ‘ଉତ୍ତରନ୍‌’ ଫେମ୍‌ ଟିନା ଦତ୍ତା ନିଜର ଏକ ବୟାନ୍‌ ଯୋଗୁ ଏବେ ଚର୍ଚ୍ଚାରେ । ସେ ୫ବର୍ଷ ଧରି ନିଜ ପ୍ରେମିକଙ୍କ ଦ୍ୱାରା ଘରୋଇ ହଂସାର ଶିକାର ହୋଇ ଆସୁଥିଲେ ବୋଲି କହିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସେ।

କହିଛନ୍ତି- ‘‘ମୁଁ ମୋ ପ୍ରେମିକଙ୍କ ସହ ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ଅନେକ ଚେଷ୍ଟା କରିଥିଲି। ତାଙ୍କୁ ମୁଁ ବହୁତ ଭଲ ପାଏ ତେଣୁ ତାଙ୍କର ସବୁ ଅତ୍ୟାଚାର ସହି ଆସୁଥିଲି। କିନ୍ତୁ ସବୁ ସୀମା ଅତିକ୍ରମ ହୋଇସାରିଛି। ସେ ମୋତେ ମୋ ସାଙ୍ଗମାନଙ୍କ ସାମ୍ନାରେ ମୋତେ ମାଡ଼ ମାରିଛନ୍ତି। ଏହି ଘଟଣା ପରେ ମୁଁ ତାଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରିବାର ନିଷ୍ପତ୍ତି ନେଲି।’’

ସୂଚନା ମୁତାବକ, ଖୁବ୍‌ ଶୀଘ୍ର ଟିନା ‘ଡାୟନ’ ନାମକ ଏକ ଶୋ’ରେ ନଜର ଆସିବାକୁ ଯାଉଛନ୍ତି। ଯାହାର ପ୍ରମୋଶନ ପାଇଁ ଯାଇଥିବା ବେଳେ ନିଜ ସହ ହୋଇଥିବା ଏହି ଘରୋଇ ହିଂସା ବିଷୟରେ ସେ ଜଣାଇଥିଲେ ।   ଏହି ଶୋ’ରେ ଟିନା ଲିଡ୍‌ ଚରିତ୍ରରେ ଅଭିନୟ କରୁଛନ୍ତି। ଟିନା ଶେଷ ଥର ପାଇଁ ଟିଭି ସିରିଏଲ୍‌ ‘କର୍ମ ଫଲ୍‌ ଦାତା ଶନି’ରେ ନଜର ଆସିଥିଲେ।



from Odisha Reporter http://bit.ly/2GUzF5i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages