ଆରଟିଆଇରେ ଦିଆଯିବନି ରାଫେଲ ଅଡିଟ୍‌ ରିପୋର୍ଟ ତଥ୍ୟ: ସିଏଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ଆରଟିଆଇରେ ଦିଆଯିବନି ରାଫେଲ ଅଡିଟ୍‌ ରିପୋର୍ଟ ତଥ୍ୟ: ସିଏଜି

ନୂଆଦିଲ୍ଲୀ: ପୁଣିଥରେ ରାଫେଲ ଯୁଦ୍ଧ ବିମାନ ଡିଲ୍‌କୁ ନେଇ ବିବାଦ ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ସିଏଜି ରାଫେଲ ଯୁଦ୍ଧ ବିମାନ ଡିଲ୍‌ର ଅଡିଟ୍‌ କରିଥିବା କହୁଥିବା ବେଳେ ଏହାର ରିପୋର୍ଟ ସାର୍ବଜନୀନ କରିବାକୁ ଆର୍‌ଟିଆଇରେ ଆବେଦନ କରାଯାଇଥିଲା। ହେଲେ ସିଏଜି ଅଡିଟ ଶେଷ ହୋଇନାହିଁ ଏବଂ ଏଭଳି ରିପୋର୍ଟ ସାର୍ବଜନୀନ କଲେ ସଂସଦର ସ୍ୱାଧିକାର ଭଙ୍ଗ ହେବ ବୋଲି ଯୁକ୍ତି ଦର୍ଶାଇଛନ୍ତି।

ପୁଣେର ଜଣେ ସୂଚନାଧିକାର କର୍ମୀ ବିହାର ଦୁବେ ରାଫେଲ ଯୁଦ୍ଧ ବିମାନ୍‌ ଡିଲ୍‌ର ସିଏଜି ଅଡିଟ୍‌ ରିପୋର୍ଟ ମାଗିଥିଲେ। ଏହାର ଜବାବରେ ସିଏଜି କହିଛନ୍ତି, “ବର୍ତ୍ତମାନ ଅଡିଟ୍‌ ଚାଲିଛି ଏବଂ ରିପୋର୍ଟ ଚୂଡ଼ାନ୍ତ ହୋଇନାହିଁ। ତେବେ ଏହାର ତଥ୍ୟ ଆରଟିଆଇ ଆକ୍ଟ ୮(୧)(ସି) ଅନୁଯାୟୀ ସାର୍ବଜନୀନ କରାଯାଇ ପାରିବ ନାହିଁ। ଏହାଦ୍ୱାରା ସଂସଦରେ ପ୍ରଚଳିତ ନିୟମର ଉଲ୍ଲଙ୍ଘନ ହେବ। ସଂସଦ କିମ୍ବା ରାଜ୍ୟ ବିଧାନସଭାର ସ୍ୱାଧିକାର ଭାଙ୍ଗୁଥିବା ତଥ୍ୟ ସାର୍ବଜନୀନ କରିବା ପାଇଁ ୮(୧)(ସି)ରେ କୌଣସି ବ୍ୟବସ୍ଥା ନାହିଁ।”

ପୂର୍ବରୁ ରାଫେଲ ଡିଲ୍‌କୁ ନେଇ ରାଜନୀତିକ ବୟାନବାଜି ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ବନ୍ଦ ଲଫାପାରେ କେନ୍ଦ୍ର ସରକାରଙ୍କଠାରୁ ତଥ୍ୟ ପାଇବା ପରେ ଏନ୍‌ଡିଏ ସରକାରଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ।



from Odisha Reporter http://bit.ly/2QPSPbZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages