ଧୋନିଙ୍କ ସମ୍ପର୍କରେ ଏଭଳି ବୟାନ ଦେଲେ ବିରାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ଧୋନିଙ୍କ ସମ୍ପର୍କରେ ଏଭଳି ବୟାନ ଦେଲେ ବିରାଟ୍‌

ଆଡେଲେଡ୍‌: ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଦିନିକିଆରେ ଭାରତ ୬ ୱିକେଟ୍‌ରେ ପରାସ୍ତ କରିବା ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ଧୋନି ମ୍ୟାଚ୍‌ ବିଜୟୀ ଇନିଂସ ଖେଳିବା ସହ ଶେଷ ପର୍ଯ୍ୟନ୍ତ ୫୫ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ।

ଫଳରେ ଭାରତ ୨୯୯ ରନ୍‌ର ବିଜୟ ଲକ୍ଷ୍ୟକୁ ୪ଟି ବଲ୍‌ ପୂର୍ବରୁ ଜିତି ନେଇଥିଲା। ଏହି ବିଜୟ ପରେ ବିରାଟ୍‌ ସାମ୍ବାଦିକ ସମ୍ମିଳନୀରେ ଧୋନିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଧୋନି ଇନିଂସ୍‌ରେ ଶେଷ ଆଡ଼କୁ ଯେଉଁ ଭଳି ଦକ୍ଷତା ଦେଖାଇ ବ୍ୟାଟିଂ କଲେ ତାହା ‘ସ୍ପେଶାଲ’ ବୋଲି ବିରାଟ୍‌ କହିଛନ୍ତି।

ସେ କହିଛନ୍ତି, “ଆଜି ଏମ୍‌ଏସ୍‌(ଧୋନି)ଙ୍କ କ୍ଲାସିକ ମ୍ୟାଚ୍‌ ଥିଲା। ତାଙ୍କ ମୁଣ୍ଡରେ କ’ଣ ଚାଲିଥିଲା, ସେକଥା ସେ ହିଁ ଜାଣିଥିଲେ ଏବଂ ମ୍ୟାଚ୍‌କୁ ଠିକ୍‌ ଭାବେ କ୍ୟାଲକୁଲେଟ୍‌ କରିଥିଲେ। ସେ କେଉଁ ସମୟରେ ବଡ଼ ଶଟ୍‌ ଖେଳିବାକୁ ହେବ ସେକଥା ଜାଣିଥିଲେ ଏବଂ ବଡ଼ ଶଟ୍‌ ମଧ୍ୟ ମାରିଥିଲେ। କେବଳ ଧୋନି ନୁହନ୍ତି, ଡିକେ(ଦିନେଶ କାର୍ତ୍ତିକ)ଙ୍କୁ ମଧ୍ୟ ସଲାମ କରିବା ଦରକାର।

ସେ ବ୍ୟାଟିଂ କରିବାକୁ ଯାଇ ଠିକ୍‌ ଦାୟିତ୍ୱ ନିର୍ବାହ କରିଥିଲେ। ଏମ୍‌ଏସ୍‌ ସର୍ବଦା ତାଙ୍କର ଦକ୍ଷତା ଦେଖାଇଥାଆନ୍ତି, କିନ୍ତୁ ଆଜି ସେ କିଛି ସ୍ୱତନ୍ତ୍ର ଦକ୍ଷତା ଦେଖାଇଛନ୍ତି।”

ବିରାଟ୍‌ ଆଜିର ମ୍ୟାଚ୍‌ରେ ୧୦୪ ରନ୍‌ର ଇନିଂସ୍‌ ଖେଳିଥିଲେ ହେଁ ବିଜୟର ମୁଣ୍ଡି ମାରି ପାରି ନଥିଲେ। ତେବେ ଧୋନିଙ୍କ ଅପରାଜିତ ୫୫ ଓ ଦୀନେଶ କାର୍ତ୍ତିକଙ୍କ ୧୪ ବଲ୍‌ରେ ବିସ୍ଫୋରକ ୨୫ ରନ୍‌ ଭାରତର ବିଜୟରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲା। ଉଭୟ ୫ମ ୱିକେଟ୍‌ ପାଇଁ ଅପରାଜିତ ୫୭ ରନ୍‌ର ଭାଗୀଦାରି କରିଥିଲେ।



from Odisha Reporter http://bit.ly/2APkHYH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages