ଆଦର୍ଶବିହୀନ ବ୍ୟକ୍ତି ଦଳ ଛାଡ଼ିଲେ ଭଲ ଲୋକ ଆସିବେ: ନିରଞ୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ଆଦର୍ଶବିହୀନ ବ୍ୟକ୍ତି ଦଳ ଛାଡ଼ିଲେ ଭଲ ଲୋକ ଆସିବେ: ନିରଞ୍ଜନ

niranjana

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ବର୍ଷରେ ଆଦର୍ଶ କିଛି କାମ କରୁନାହିଁ। ଆଦର୍ଶକୁ ଆଧାର କରି କେହି ରାଜନୀତି କରୁନାହାନ୍ତି। ତେଣୁ ମୁଁ ଆଶା କରୁଛି ଆଦର୍ଶବିହୀନ ନେତାମାନେ ଯେତେଶୀଘ୍ର ଛାଡ଼ିବେ ଦଳ ପାଇଁ ଶୁଭ ହେବ। ସେମାନେ ଛାଡ଼ିଲେ ସିନା ଆଦର୍ଶ ଥିବା ଭଲ ଭଲ ଲୋକ ଦଳରେ ସାମିଲ ହେବେ। ତା’ପରେ ଯାଇ ଦଳର ଉନ୍ନତି ହେବ ବୋଲି ପିପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ ସମେତ ୩ ଜଣ କଂଗ୍ରେସ ବିଧାୟକ ଦଳ ଛାଡ଼ିବା ଆଲୋଚନା ନେଇ ଆଜି ଏମିତି କହିଛନ୍ତି ନିରଞ୍ଜନ।

ସେ କହିଛନ୍ତି-“ବିଧାୟକମାନେ ଦଳ ଛାଡ଼ିଲେ ମୁଁ ନିଶ୍ଚିତ ଦୁଃଖିତ। କିନ୍ତୁ ବର୍ତ୍ତମାନ ରାଜ୍ୟରେ ଯାହା ରାଜନୈତିକ ସ୍ଥିତି ଅଛି, ମୁଁ ବି ଦଳ ଛାଡ଼ି ଦେଲେ ମଧ୍ୟ କଂଗ୍ରେସର କିଛି କ୍ଷତି ହେବନି।”

କାହା ଭରସାରେ ବିଧାୟକମାନେ ବିଜେଡି ପାଖକୁ ଯାଉଛନ୍ତି ପ୍ରଶ୍ନରେ ନିରଞ୍ଜନ କହିଛନ୍ତି-“ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ନୁହେଁ, ତାଙ୍କ ଦୁର୍ବଳତା ପାଇଁ ବିଧାୟକମାନେ ତାଙ୍କ ପାଖକୁ ଯାଉଛି। କାରଣ, ସେ ୧୮ ବର୍ଷ ଧରି ରାଜ୍ୟ ଶାସନରେ ରହିଛନ୍ତି। ହେଲେ ତାଙ୍କ ଦଳରେ କଣ ଲୋକ ନାହାନ୍ତି? ସେମାନେ କଣ ଏତେ ଦୁର୍ବଳ? ଅନ୍ୟ ଦଳକୁ ଭାଙ୍ଗି ବିଭିନ୍ନ ପ୍ରଲୋଭନ ଦେଖାଇ ନେତାଙ୍କୁ ନେଇଯାଉଛନ୍ତି। ତାହାହେଲେ ଏଇଟା ନବୀନଙ୍କ ସଫଳତା ନା ଦୁର୍ବଳତା? ଏହାଛଡ଼ା ବିଜେଡି ସରକାରୀ ଦଳ। ଅଜସ୍ର ଅର୍ଥର ମାଲିକ। ସେମାନଙ୍କ ସହିତ ଆମକୁ ତୁଳନା କରିବା ଉଚିତ ନୁହେଁ। ବିଜେପି ଓ ବିଜେଡି ଭିତରେ କମର୍ସିଆଲ୍‌ ଡିଲ୍‌ ରହିଛି। ଏହା କଣ ଆମେ କରିପାରିବୁ?



from Odisha Reporter http://bit.ly/2SWu8wy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages