ଭାରତ ବିପକ୍ଷ ପ୍ରଥମ ୩ ଦିନିକିଆ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଭାରତ ବିପକ୍ଷ ପ୍ରଥମ ୩ ଦିନିକିଆ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ ଘୋଷଣା

ନାପିଅର: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ଖେଳୁଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ଶେଷ ମ୍ୟାଚ୍‌ ଖେଳିବ। ଏହାପରେ ଦଳ ଆସନ୍ତା ବୁଧବାରଠାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ଟି ଦିନିକିଆ ଓ ୩ଟିକିଆ ଟି-୨୦ ସିରିଜ୍‌ ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ। ତେବେ ଭାରତ ବହୁ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରି ସାରିଛି।

କିନ୍ତୁ ଆଜି ଘରୋଇ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ୩ଟି ଦିନିକିଆ ପାଇଁ ତା’ର ୧୪ ଜଣିଆ ସ୍କ୍ୱାଡ୍‌ ଘୋଷଣା କରିଛି। ଏଥିରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ବେଳେ ବିଶ୍ରାମ ପାଇଥିବା ଓପନର ଟମ୍‌ ଲାଥାମ ଓ ଅଲରାଉଣ୍ଡର କଲିନ୍‌ ଡି ଗ୍ରାଣ୍ଡହୋମ୍‌ଙ୍କୁ ସାମିଲ କରାଯାଇଛି। ଶ୍ରୀଲଙ୍କା ବିପକ୍ଷରେ ଦଳ ୩-୦ରେ ବିଜୟୀ ହୋଇଥିଲା। ସେହିପରି ଶ୍ରୀଲଙ୍କା ବିପକ୍ଷ ଟି-୨୦ରେ ବିଶ୍ରାମ ପାଇଥିବା ଅଧିନାୟକ କେନ୍‌ ୱିଲିମସନ୍‌ ଓ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ଡକରା ମିଳିଛି।

ଦିନିକିଆ ରାଙ୍କିଙ୍ଗରେ ଭାରତ ଦ୍ୱିତୀୟରେ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୩ୟ ସ୍ଥାନରେ ରହିଛି। ତେଣୁ ଏହି ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହେବ। ତଥାପି ଘରୋଇ ପରିବେଶରୁ ନ୍ୟୁଜିଲ୍ୟାଣ୍ଡ ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଛି।

ନ୍ୟୁଜିଲ୍ୟାଣ୍ଡ ସ୍କାଡ୍‌: କେନ୍‌ ୱିଲିମସନ୍‌(ଅଧିନାୟକ),ଟ୍ରେଣ୍ଟ ବୋଲ୍ଟ,ଡଗ୍‌ ବ୍ରାସୱେଲ, କଲିନ୍‌ ଡି ଗ୍ରାଣ୍ଡହୋମ, ଲୁକି ଫରଗୁସନ୍‌,ମାର୍ଟିନ ଗପ୍ଟିଲ, ମ୍ୟାଟ୍‌ ହେନରୀ,ଟମ୍‌ ଲାଥାମ,କଲିନ୍‌ ମନରୋ, ହେନରୀ ନିକୋଲସ୍‌, ମିଚେଲ ସାଣ୍ଟନର,ଇଶ ଶୋ‍ଢ଼ି, ଟିମ୍‌ ସାଉଦି ଓ ରସ୍‌ ଟେଲର

ଭାରତୀୟ ସ୍କ୍ୱାଡ୍‌: ଶିଖର ଧୱନ, ରୋହିତ ଶର୍ମା, ବିରାଟ୍‌ କୋହଲି(ଅଧିନାୟକ), ଅମ୍ବାତି ରାୟୁଡୁ,କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ବିଜୟ ଶଙ୍କର, ଶୁଭମନ ଗିଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, କୁଲଦୀପ ଯାଦବ, ୟୁଜବେନ୍ଦର ଚହଲ, ମହମ୍ମଦ ସିରାଜ ଓ ଖଲୀଲ ଅହମ୍ମଦ।



from Odisha Reporter http://bit.ly/2QUqO3d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages