ବାବା ଗୁରମିତ ରାମ ରହିମକୁ ହତ୍ୟା ମାମଲାରେ ଆଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ବାବା ଗୁରମିତ ରାମ ରହିମକୁ ହତ୍ୟା ମାମଲାରେ ଆଜୀବନ

ପଞ୍ଚକୁଲା: ନିଜର ଅନୁଗାମୀଙ୍କ ସହ ଦୁଷ୍କର୍ମ କରି ୨୦ ବର୍ଷ ଜେଲଦଣ୍ଡ ଭୋଗୁଥିବା ଆତ୍ମଘୋଷିତ ବାବା ତଥା ଡେରା ସଚ୍ଚା ସୌଦା ମୁଖ୍ୟ ବାବା ଗୁରମିତ ରାମ ରହିମଙ୍କୁ ହତ୍ୟା ମାମଲାରେ ଆଜି ଆଜୀବନ ଜେଲଦଣ୍ଡ ମିଳିଛି।

ପଞ୍ଚକୁଲା ସ୍ଥିତ ସ୍ୱତନ୍ତ୍ର ସିବିଆଇ ଜଜ୍‌ ଜଗଦୀପ ସିଂହ ୨୦୦୨ ମସିହା ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କୁ ହତ୍ୟା ମାମଲାରେ ରାମ ରହିମକୁ ଏଭଳି ଦଣ୍ଡାଦେଶ କରିଛନ୍ତି। ତାଙ୍କ ସହ ଅନ୍ୟ ୩ ଜଣଙ୍କୁ ମଧ୍ୟ ସମାନ ଦଣ୍ଡ ମିଳିଛି। ‘ପୂରା ସଚ୍ଚ’ ନାମକ ଏକ ଖବରକାଗଜରେ ସାମ୍ବାଦିକ ଛତ୍ରପତି ରାମ ରହିମଙ୍କ ଯୌନ କେଳେଙ୍କାରୀ ସମ୍ପର୍କରେ ଖବର ପ୍ରକାଶ କରିଥିବାରୁ ସେ ତାଙ୍କୁ ହତ୍ୟା କରିଥିଲେ।

ଆଜି ଭିଡିଓ କନଫରେନସିଂ ଜରିଆରେ ରାମ ରହିମ, ଡେରା ମ୍ୟାନେଜର କ୍ରିଷ୍ଣା ଲାଲ, ଡେରା କାର୍ପେଣ୍ଟର ତଥା ଶୁଟର କୁଲଦୀପ ସିଂହ ଓ ନିର୍ମଳ ସିଂହଙ୍କୁ ଏଭଳି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଜାନୁଆରୀ ୧୧ରେ ଏମାନଙ୍କୁ ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

୨୦୧୭ ମସିହା ଅଗଷ୍ଟ ମାସରେ ରାମ ରହିମକୁ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲଦଣ୍ଡ ମିଳିଥିଲା। ଏବେ ସେ ରୋହତକର ସୁନାରିଆ ଜେଲ୍‌ରେ ରହିଛି।

ସିବିଆଇ ଚାର୍ଜଶିଟ୍‌ ଅନୁଯାୟୀ, ଡେରା ମ୍ୟାନେଜର କ୍ରିଷ୍ଣା ଲାଲ ଦୁଇ ଜଣ ଶୁଟର୍‌ କୁଲଦୀପ ଓ ନିର୍ମଳଙ୍କୁ ତାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଏବଂ ୱାକିଟକି ଦେଇଥିଲେ। ଏହି ସମୟରେ ଡେରା ମୁଖ୍ୟ ରାମ ରହିମ ଉପସ୍ଥିତ ରହିଥିଲା।

୨୦୦୨ ମସିହା ଅକ୍ଟୋବର ୨୪ରେ ଦୁଇ ଶୁଟର ସାମ୍ବାଦିକ ଛତ୍ରପତିଙ୍କୁ ତାଙ୍କ ଘର ସମ୍ମୁଖରେ ଗୁଳି କରିଥିଲେ। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଛତ୍ରପତି ଦୀର୍ଘ ୩ ସପ୍ତାହ ପରେ ଆଖିବୁଜି ଦେଇଥିଲେ। ସେ ‘ପୂରା ସଚ୍ଚ’ ନାମକ ଖବରକାଗଜରେ ରାମ ରହିମଙ୍କ ଦୁର୍ନୀତିର ଖୁଲାସା କରିଥିଲେ। ଏହି ହତ୍ୟାକାଣ୍ଡ ପ୍ରମୁଖ ସାକ୍ଷୀ ରାମ ରହିମଙ୍କ ଡ୍ରାଇଭର ଖଟ୍ଟ ସିଂହ ରହିଥିଲେ।



from Odisha Reporter http://bit.ly/2TZEzQd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages