‘କାଳିଆ’ ପାଇଁ ଆପଦକାଳୀନ ପାଣ୍ଠିରୁ ଖର୍ଚ୍ଚକୁ ନେଇ ବିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

‘କାଳିଆ’ ପାଇଁ ଆପଦକାଳୀନ ପାଣ୍ଠିରୁ ଖର୍ଚ୍ଚକୁ ନେଇ ବିବାଦ

kalia

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ‘କାଳିଆ’ରେ ଗୋଳିଆ ବଢ଼ିବାରେ ଲାଗିଛି। ଘୋଷଣା ପରଠାରୁ ଏହି ଗୋଳିଆରେ ସରକାର ଘାଣ୍ଟି ହେଉଛନ୍ତି। ଏହି ଯୋଜନା ନା ଚାଷୀଙ୍କୁ ଖୁସି କରିପାରିଛି, ନା ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛି। ଏପରି ସ୍ଥିତିରେ କାଳିଆ ପାଇଁ ଖର୍ଚ୍ଚ ଆଉ ଏକ ଗୋଳିଆ ପରିସ୍ଥିତି ସୃଷ୍ଟି କରିଛି।

କାଳିଆ ଯୋଜନାରେ ରାଜ୍ୟ ସରକାର ଖର୍ଚ୍ଚ କରୁଥିବା ପାଣ୍ଠିକୁ ନେଇ ବିବାଦ ଦେଖାଦେଇଛି। ଆପଦକାଳୀନ ପାଣ୍ଠି ବା କଣ୍ଟିଜେନ୍ସି ଫଣ୍ଡ ଅର୍ଥକୁ ଏହି ଯୋଜନାରେ ଖର୍ଚ୍ଚ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। କଂଗ୍ରେସ୍ ଏହାକୁ ସମ୍ବିଧାନ ବିରୋଧୀ ବୋଲି କହିଥିବାବେଳେ ବିଜେପି ଏହା ଏକ ନିର୍ବାଚନୀ ଚାଲ୍ ବୋଲି କହିଛି।

କାଳିଆ ପାଇଁ କଣ୍ଟିଜେନ୍ସି ଫଣ୍ଡ ବା ଆପଦକାଳୀନ ପାଣ୍ଠିରୁ ବିପୁଳ ପରିମାଣର ଟଙ୍କା ଦିଆଯିବାକୁ ନେଇ ଉଠିଛି ପ୍ରଶ୍ନ। ଆପଦକାଳୀନ ପାଣ୍ଠିରୁ ପ୍ରାୟ ୭୩୫ କୋଟି ଏହି ଯୋଜନାରେ ଖର୍ଚ୍ଚ ହେବ। ଏନେଇ ଅର୍ଥ ବିଭାଗ ମଞ୍ଜୁରୀ ଦେଇଛି। ଗତକାଲି ଜାତୀୟ ଗଣମାଧ୍ୟମରେ ନବୀନ ସରକାରର ଏ ଆଭିମୁଖ୍ୟକୁ ସମାଲୋଚନା କରି ଖବର ପ୍ରସାରିତ ହୋଇଥିଲା। ଆପଦକାଳୀନ ପାଣ୍ଠି ଅର୍ଥ ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବ୍ୟବହାର କରାଯାଇଥାଏ। କିନ୍ତୁ ନିଜ ସରକାରକୁ ସମ୍ଭାବ୍ୟ ନିର୍ବାଚନ ବିପର୍ଯ୍ୟୟରୁ ଉଦ୍ଧାର କରିବାକୁ ଏଭଳି ପନ୍ଥା ଆପଣାଇବା ଯୁକ୍ତିସଂଗତ କିମ୍ବା ଗ୍ରହଣୀୟ ନୁହେଁ ବୋଲି ମତ ପ୍ରକାଶ ପାଇଛି।

ଭୋଟ୍ ଗୋଟାଇବାକୁ କାଳିଆ ଯୋଜନା 

ଆପଦକାଳୀନ ପାଣ୍ଠିକୁ ନିର୍ବାଚନ ବେଳେ ଭୋଟ୍ ଗୋଟାଇବାକୁ କାଳିଆ ଯୋଜନାରେ ବ୍ୟବହାର କରାଯାଉଥିବା କହି ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ହଠାତ କୌଣସି ଦୁର୍ବିପାକ ହୋଇଗଲେ ପଇସା ଆସିବ କେଉଁଠୁ ? ସେ ପଇସା ଖର୍ଚ୍ଚ କରିବାକୁ ଆପଦକାଳୀନ ପାଣ୍ଠିରେ ଟଙ୍କା ରଖାଯାଇଥାଏ। ଅନ୍ୟ କାମରେ ତାକୁ ବ୍ୟବହାର କରାଯାଏ ନାହିଁ କି କରାଯାଇ ପାରିବ ନାହିଁ। ଏ ସରକାର ସମ୍ବିଧାନ କି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି।”

ପାଣ୍ଠି ଖର୍ଚ୍ଚକୁ ନେଇ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ନିର୍ବାଚନ ୧୦୦ ଦିନ ବାକି ଥିବା ବେଳେ କୌଣସି ବ୍ୟୟବରାଦ ନଥାଇ ବନ୍ୟା, ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକ ପାଇଁ ଥିବା ଆପଦକାଳୀନ ପାଣ୍ଠିକୁ ନେବାକୁ ବସିଛନ୍ତି। ଏହା ନିର୍ବାଚନୀ ଚାଲ୍।”

ତେବେ ବିରୋଧୀ ଦଳଙ୍କ ମନ୍ତବ୍ୟର ଉତ୍ତର ରଖିଛି ବିଜେଡି। ସମବାୟ ମନ୍ତ୍ରୀ ସୁର୍ଯ୍ୟନାରାୟଣ ପାତ୍ର କହିଛନ୍ତି, “ରାଜ୍ୟ ସରକାର ଅର୍ଥ ଦେଉଛନ୍ତି। କେଉଁଥିରେ ଖର୍ଚ୍ଚ ହେଉଛି, କ’ଣ ଖର୍ଚ୍ଚ ହେଉଛି ତାଙ୍କୁ (ଜାଣିବାର) କ’ଣ ଆବଶ୍ୟକତା ଅଛି।”

ରାହୁଲ ଗାନ୍ଧୀଙ୍କ ଗସ୍ତ ଦିନ ପୁରୀରେ ଟଙ୍କାବଣ୍ଟା କାର୍ଯ୍ୟକ୍ରମ 

ସେପଟେ ନିର୍ବାଚନ ପୂର୍ବରୁ କାଳିଆ ଯୋଜନାର କାର୍ଯ୍ୟକାରିତା ପାଇଁ ଦେଖାଦେଇଛି ସରକାରୀ ତତ୍ପରତା। ଗତ ୧୫ ତାରିଖରେ ପ୍ରଥମ ପର୍ଯ୍ୟାୟ ଆବେଦନ ସରିବା ପରେ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଜାନୁଆରୀ ୨୫ରେ ଚାଷୀମାନଙ୍କୁ କାଳିଆ ଯୋଜନାରେ ଅର୍ଥ ବଣ୍ଟାଯିବ। ସେହିଦିନ ପୁରୀ ମାଳତୀପାଟପୁରଠାରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ। ଏହି ସମାବେଶରେ ପ୍ରାୟ ୧ଲକ୍ଷ ଚାଷୀଙ୍କୁ ଏକାଠି କରିବାକୁ ଉଦ୍ୟମ ହେଉଛି।

ତେବେ ଠିକ୍ ସେହିଦିନ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଭୁବନେଶ୍ୱର ସମାବେଶରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ଏହି ଟଙ୍କାବଣ୍ଟା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ କଂଗ୍ରେସ କହିଛି, ନବୀନ କପି ମାଷ୍ଟର। କେନ୍ଦ୍ରରୁ ଯିଏ ଆସିଲେ ବି ସେହିଦିନ ନବୀନ କାର୍ଯ୍ୟକ୍ରମ କରି ଧ୍ୟାନ ହଟାଇାବାକୁ ଚେଷ୍ଟା କରୁଛନ୍ତି।

ନିର୍ବାଚନୀ ବର୍ଷରେ ସରକାର ଯୋଜନା ପରେ ଯୋଜନା ଭେଟି ଦେଉଛନ୍ତି। ହେଲେ ଆପଦକାଳୀନ ପାଣ୍ଠିରୁ ଏଥିପାଇଁ ଟଙ୍କା ଖର୍ଚ୍ଚ କଲେ ବନ୍ୟାବାତ୍ୟା ବେଳେ ସରକାର ଲୋକଙ୍କୁ କିଭଳି ସହାୟତା ଦେବେ, ସେ ନେଇ ଠିଆ ହୋଇଛି ବଡ଼ ପ୍ରଶ୍ନ।



from Odisha Reporter http://bit.ly/2VZOLty

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages