ନିଜ ଘରକୁ ଏହି ଦୁଇ ସେଲେବ୍ରିଟିଙ୍କ ଏଣ୍ଟ୍ରି ବନ୍ଦ କଲେ ସଲମାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ନିଜ ଘରକୁ ଏହି ଦୁଇ ସେଲେବ୍ରିଟିଙ୍କ ଏଣ୍ଟ୍ରି ବନ୍ଦ କଲେ ସଲମାନ୍

ମୁମ୍ବାଇ: ବଲିଉଡ୍‌ ଟାଇଗର ନିଜ ଦରଦୀ ହୃଦୟ ପାଇଁ ଯେତିକି ଜଣାଶୁଣା ନିଜ ରାଗକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରୁହନ୍ତି। ଇଣ୍ଡଷ୍ଟ୍ରିରେ ସମସ୍ତେ ସଲମାନଙ୍କ ରାଗକୁ ଭୟ କରନ୍ତି। ବେଳେ ବେଳେ ସଲମାନଙ୍କ ରାଗ ନାକ ଉପରକୁ ଚଢ଼ିଯାଏ । ଯଦି କାହା ଉପରେ ବିଗିଡ଼ି ଯାଆନ୍ତି ତେବେ କଥା ସରିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଉ ପାଖକୁ ଆସିବାକୁ ଦିଅନ୍ତି ନାହିଁ। ବିବେକ ଓବରଏ ତାଙ୍କ ଆକ୍ରୋଶର ଶିକାର ହୋଇସାରିଛନ୍ତି। ଆଉ ଏବେ ସେହି ଭୁଲ କରିଛନ୍ତି ଅର୍ଜୁନ୍‌ କପୁର୍।

ସୂଚନା ଅନୁଯାୟୀ ସଲମାନ ନିଜ ଘରକୁ ଅର୍ଜୁନ୍‌ କପୁର ଓ ତାଙ୍କ ପିତା ବୋନି କପୁରଙ୍କ ଏଣ୍ଟ୍ରି ବନ୍ଦ କରିଦେଇଛନ୍ତି। ସଲମାନଙ୍କ ଘରକୁ ଆଉ କେବେ ହେଲେ ଏ ଦୁହେଁ ଯାଇପାରିବେ ନାହିଁ। ସୂଚନା ଅନୁଯାୟୀ ଗତ କିଛିଦିନ ହେବ ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କୁ ନେଇ ଚାଲୁଥିବା ଖବରକୁ ନେଇ ସଲମାନ୍‌ ଖୁସି ନାହାନ୍ତି। ତାଙ୍କ ଭାଇ ଅରବାଜଙ୍କ ଠାରୁ ମଲାଇକା ଅଲଗା ହେବା ପରେ ଲଗାତାର ଭାବେ ଏହି ଖବର ସାମ୍ନାକୁ ଆସୁଛି। ତାହା ହେଉଛି ମଲାଇକା ଓ ଅର୍ଜୁନ ଖୁବ୍‌ ଶୀଗ୍ର ବାହାହେବେ। ବାସ୍‌ ଏହି କଥା ସଲମାନଙ୍କୁ ପସନ୍ଦ ଆସିଲା ନାହିଁ। କେବଳ ଏତିକି ନୁହେଁ ମଲାଇକାଙ୍କ ପୂର୍ବରୁ ଅର୍ଜୁନ କପୁର୍ ସଲମାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କୁ ମଧ୍ୟ ଡେଟ୍‌ କରିସାରିଛନ୍ତି। ତେବେ ଅର୍ପିତାଙ୍କ ସହ ତାଙ୍କ ବ୍ରେକଅପ୍ ହେବାପରେ ସେ ମଲାଇକାଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ।

ତେବେ ଏ ସବୁ କଥାକୁ ନେଇ ସଲମାନ୍‌ କେବଳ ଅର୍ଜୁନ୍‌ ନୁହେଁ ବରଂ ତାଙ୍କ ପିତା ବୋନି କପୁରଙ୍କଠାରୁ ମଧ୍ୟ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସଲମାନ୍‌ ସଫା ସଫା କହିଦେଇଛନ୍ତି ଯେ, ଏବେଠୁ ଏମାନେ ଖାନ୍‌ ପରିବାରର କୌଣସି ବି ସାମାଜିକ ମିଳନ ବା ଉତ୍ସବରେ ସାମିଲ୍‌ ହେବେ ନାହିଁ।



from Odisha Reporter http://bit.ly/2Fu92BV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages