ଶାହଙ୍କ ଦମ୍ଭୋକ୍ତି: ଓଡ଼ିଶାରେ ଦଳର ସଂଗଠନ ମଜଭୁତ୍ ହୋଇଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ଶାହଙ୍କ ଦମ୍ଭୋକ୍ତି: ଓଡ଼ିଶାରେ ଦଳର ସଂଗଠନ ମଜଭୁତ୍ ହୋଇଛି

modi-amit-sha

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଦଳର ସଂଗଠନ ମଜଭୁତ୍ ହୋଇଥିବା ବିଜେପିର ରାଷ୍ଟ୍ରୀୟ ପରିଷଦ ବୈଠକରେ ଦମ୍ଭୋକ୍ତିର ସହ କହିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଲୁକ୍ ଇଷ୍ଟ ଫର୍ମୁଲାରେ ଦଳ ଏବେ ପଶ୍ଚିମବଙ୍ଗ ଓ ଓଡ଼ିଶାକୁ ଫୋକସ୍ କରୁଛି ବୋଲି ଶାହ କହିଛନ୍ତି। ଏହି ରଣନୀତି ଅନୁସାରେ ମୋଦି ଓ ଶାହ ଯୋଡ଼ି ଘନ ଘନ ଓଡ଼ିଶାକୁ ଆସୁଥିବା ଚର୍ଚ୍ଚା ହେଉଛି। ଏହି ଗସ୍ତ ବେଳେ ମୋଦି ବିକାଶର କଥା କହୁଥିବା ବେଳେ ଶାହ ବୁଥ ମଜଭୁତ କରିବା ଉଦ୍ଦେଶ୍ୟରେ ଦଳର ଶକ୍ତିକେନ୍ଦ୍ର ପ୍ରମୁଖଙ୍କୁ ଭେଟିବାର ଯୋଜନା ରଖିଛନ୍ତି।

ହିନ୍ଦୀ ହାର୍ଟଲାଣ୍ଡର ତିନି ରାଜ୍ୟରୁ କ୍ଷମତା ଯିବା ପରେ ମୋଦି ଓ ଶାହଙ୍କ ଆଖି ଏବେ ଓଡ଼ିଶା ଉପରେ ରହିଛି। ସେଥିପାଇଁ ଏବେ ମୋଦି ଘନ ଘନ ଗସ୍ତ କରୁଛନ୍ତି। ପ୍ରଥମେ ଖୋର୍ଦ୍ଧାରେ ଓ  ଏହାପରେ ବାରିପଦାରେ ବିକାଶର ବାର୍ତ୍ତା ଦେଇଛନ୍ତି ମୋଦି। ୧୫ରେ ପୁଣି ଓଡ଼ିଶା ଆସୁଛନ୍ତି ମୋଦି। ଏଥର ବଲାଙ୍ଗିରରେ ବିଜେପିର ରଣନୀତି ଅନୁସାରେ ମୋଦି ବିକାଶର ବାର୍ତ୍ତା ଦେବେ।

ସେପଟେ ୧୮ ତାରିଖରେ ଶାହ କଟକରେ ସଂଗଠନ ମଜଭୁତ କରିବା ପାଇଁ ଦେଇଥିବା ‘ଟାସ୍କ’ର ହିସାବ ନେବାକୁ ଆସିବେ। ଗତ ସେପ୍ଟେମ୍ବରରେ ପୁରୀରେ ବି ସଂଗଠନ ପାଇଁ ମହିଳା କର୍ମୀ ଓ ନେତ୍ରୀଙ୍କୁ ପାଠ ପଢ଼ାଇଥିଲେ ଶାହ। ମୋଦି ଓ ଶାହଙ୍କ ଏପରି ଘନ ଘନ ଗସ୍ତକୁ ନେଇ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। ଦଳ ଓଡ଼ିଶାରେ ଏକା ଲଢ଼ି ସରକାର ଗଠନ କରିବ ବୋଲି ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି।

ତେବେ ଶାହଙ୍କ ଓଡ଼ିଶା ଗଣିତକୁ କଟାକ୍ଷ କରିଛନ୍ତି କଂଗ୍ରେସ ଓ ବିଜେଡି। ୩ ରାଜ୍ୟର ପରାଜୟ ପରେ ମୋଦି-ଶାହ ଓଡ଼ିଶାର କର୍ମୀଙ୍କ ମନୋବଳ ବଢ଼ାଇବାକୁ ବାରମ୍ବାର ଆସୁଛନ୍ତି  ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିବା ବେଳେ ଉଭୟଙ୍କ ଗସ୍ତର କିଛି ପ୍ରଭାବ ରହିବ ନାହିଁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

ଲୁକ୍ ଇଷ୍ଟ ଫର୍ମୁଲାରେ ପଶ୍ଚିମବଙ୍ଗ ପରି ଓଡ଼ିଶାରେ ବି ପରିବର୍ତ୍ତନ ରଥ ବାହାର କରିବାକୁ ଯୋଜନା କରିଛି ବିଜେପି। ଅମିତ ଶାହାଙ୍କ ସମେତ ରାଜନାଥ ସିଂହ ଓ ନୀତୀନ ଗଡକରୀଙ୍କ ପରି କେନ୍ଦ୍ରର ହେଭିୱେଟ୍‌ ନେତାଙ୍କୁ ଆଣି ଦଳ ନିର୍ବାଚନୀ ବିଗୁଲ ବଜାଇବା ପାଇଁ ପ୍ଲାନ୍‌ କରୁଥିବା ଜଣାପଡ଼ିଛି।



from Odisha Reporter http://bit.ly/2Fnvn4I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages