କେଉଁ ସମୟରେ କେମିତି ପିଇବେ ଗ୍ରୀନ୍‌ ଟି ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

କେଉଁ ସମୟରେ କେମିତି ପିଇବେ ଗ୍ରୀନ୍‌ ଟି ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ରୀନ୍‌ ଟି’ରେ ଖୁବ୍‌ ଅଧିକ ମାତ୍ରାରେ ଔଷଧୀୟ ଗୁଣ ରହିଛି। ଏହା ସେବନ କରିବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ।  ବିଶେଷ କରି ସ୍ୱାସ୍ଥ୍ୟ ପ୍ରତି ସଜାଗ ରହୁଥିବା ତଥା ଓଜନ କମ୍‌ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହା ଲାଭକାରୀ ସାବ୍ୟସ୍ତ ହୋଇଥାଏ । ଏହା ସହ ପ୍ରତିଦିନ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଏହା ଶରୀରକୁ ଅନେକ ସଂକ୍ରମଣରୁ ରକ୍ଷା କରିଥାଏ । କିନ୍ତୁ ଶରୀରକୁ ସୁସ୍ଥ ରଖିବା ପାଇଁ ଏହାକୁ ଠିକ୍‌ ସମୟ ଏବଂ ଠିକ୍‌ ଉପାୟରେ ପିଇବା ନିହାତି ଆବଶ୍ୟକ । ଏବେ ଆସନ୍ତୁ ଜାଣିବା କେମିତି ଏବଂ କେବେ ଗ୍ରୀନ୍‌ ପିଇବା ଦରାକାର।

  • ଗ୍ରୀନ୍‌ଟିକୁ ଖାଇବା ସହ ପିଇବା ଉଚିତ୍‌ ନୁହେଁ। ଗ୍ରୀନ୍‌ଟିରେ କ୍ୟାଟେଚିନ୍‌ ଥାଏ। ଏହି ତତ୍ତ୍ୱ ଶରୀରରେ ଆଇରନ୍‌କୁ ଅବଶୋଷଣ କରିବାରେ ଅସୁବିଧା ସୃଷ୍ଟି କରିଥାଏ। ଯେଉଁଥି ପାଇଁ ଶରୀରରେ ଆଇରନ୍‌ର ସମସ୍ୟା ହୋଇପାରେ। ତେଣୁ ଖାଇବାର କିଛି ଘଣ୍ଟାପରେ ଗ୍ରୀନ୍‌ ଟି ପିଅନ୍ତୁ। ଏହା ସହ ଯଦି ଆପଣ ଓଜନ କମ୍‌ କରିବା ପାଇଁ ଚାହୁଁଛନ୍ତି । ତେବେ ଖାଇବାର ୧-୨ଘଣ୍ଟା ପୂର୍ବରୁ ଗ୍ରୀନ୍‌ ଟି ପିଅନ୍ତୁ । ଯାହା ଦ୍ୱାରା ଭୋକ କମ ଲାଗିଥାଏ ।
  •  ଗ୍ରୀନ୍‌ ଟି’କୁ ସବୁବେଳେ ତିଆରି କରିବାର ତୁରନ୍ତ ପରେ ପିଅନ୍ତୁ । ଯଦି ଏହାକୁ ତିଆରି ହେବାର ୨୦-୨୫ମିନିଟ୍‌ ହୋଇ ସାରିଛି । ତେବେ ଏହାକୁ ସେବନ କରିବା ଅନୁଚିତ୍‌ । ଲମ୍ବା ସମୟ ପର୍ଯ୍ୟନ୍ତ ଗ୍ରୀନ୍‌ ଟିକୁ ପ୍ରସ୍ତୁତ କରି ରଖିବା ଦ୍ୱାରା ଏଥିରେ ଥିବା ଭିଟାମିନ୍‌ ଏବଂ ଆଣ୍ଟି-ଅକ୍ସିଡ଼ାଣ୍ଟ ନଷ୍ଟ ହୋଇ ଯାଇଥାଏ

  • ସକାଳେ ବା ଖାଲି ପେଟରେ ଏହାକୁ ଆଦୌ ପିଅନ୍ତୁ ନାହିଁ। ସକାଳ ଏହାକୁ ପିଇଲେ ପେଟ ବିନ୍ଧା,ଏସିଡ଼ିଟି ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦେଇଥାଏ। ଏହା ସହ ଗୋଟିଏ କପ୍‌ ଗ୍ରୀନ୍‌ ଟିରେ ୨୪ରୁ ୨୫ ଏମ୍‌ଜି କଫିନ୍‌ ଥାଏ। ଯଦି ଆପଣ ଦିନରେ ୪ରୁ ୫ କପ୍‌ ଗ୍ରୀନ୍‌ ଟି ପିଉଛନ୍ତି ତେବେ କଫିନ୍‌ର ମାତ୍ରା ଏତେ ପରିମାଣରେ ବଢ଼ିଯାଏ ଯେ, ଏଥିଯୋଗୁ ମୁଣ୍ଡ ବୁଲେଇବା ସହ, ଡାଇବେଟିସ୍‌, କବ୍ଜ, ଅନିଦ୍ରା ଭଲି ଅନେକ ସମସ୍ୟା ଦେଖାଯାଇଥାଏ। ତେଣୁ ଖାଲି ପେଟରେ କିମ୍ବା ଦିନକୁ ୫-୬ କପ୍‌ ଗ୍ରୀନ୍‌ ପିଇବା ଅନୁଚିତ୍‌।
  •  

    ଗର୍ଭବତୀ କିମ୍ବା ଶିଶୁକୁ ସ୍ତନପାନ କରାଉଥିବା ମହିଳା ଦିନରେ ଦୁଇ କପ୍‌ରୁ ଅଧିକ ଗ୍ରୀନ୍‌ ଟି ପିଇବା ଉଚିତ୍‌ ନୁହେଁ। ଏହାକୁ ଅଧିକମାତ୍ରାରେ ସେବନ କରିବା ଗର୍ଭସ୍ତ ଶିଶୁକୁ କ୍ଷତି ପହଞ୍ଚାଇଥାଏ। ଏହାର କାରଣ ହେଉଛି ଏଥିରେ ଥିବା କଫିନ୍‌। ଆଉ ୨୦୦ ଏମ୍‌ଜିରୁ ଅଧିକ କଫିନ୍‌ ଗର୍ଭାବସ୍ଥାରେ କ୍ଷତିକାରକ ହୋଇଥାଏ।

  •  

    ଗ୍ରୀନ୍‌ ଟି କୌଣସି ଔଷଧ ସହ ମିଶାଇ ଖାଇବା ଖୁବ୍‌ କ୍ଷତି କାରକ । ଖାସ୍‌ କରି ଏମିତି ଔଷଧ ଯାହାକି ସ୍ନାୟୁରୋଗ ପାଇଁ ଉଦ୍ଦିଷ୍ଟ। କାରଣ ଗ୍ରୀନ୍‌ ଟିରେ ଥିବା କଫିନ୍‌ ନର୍ଭସ୍‌ ସିଷ୍ଟମ୍‌କୁ ପ୍ରୋ ଆକ୍ଟିବ୍‌ କରିଦେଇଥାଏ। ଯେଉଁଥିରେ ଉଚ୍ଚ ରକ୍ତଚାପର ସମସ୍ୟା ସୃଷ୍ଟି ହୋଇଥାଏ।

 



from Odisha Reporter http://bit.ly/2TLkOvt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages