ବିଜେପିର ‘ଅପରେସନ୍‌ ଲୋଟସ୍‌’, କଂଗ୍ରେସର ବିଧାୟକ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ବିଜେପିର ‘ଅପରେସନ୍‌ ଲୋଟସ୍‌’, କଂଗ୍ରେସର ବିଧାୟକ ନିଖୋଜ

ବେଙ୍ଗାଲୁରୁ: କଂଗ୍ରେସର କିଛି କର୍ଣ୍ଣାଟକା ବିଧାୟକ ପୂର୍ବ ସୂଚନା ନ ଦେଇ କେଉଁ ଆଡ଼େ ଚାଲି ଯାଇଥିବାରୁ ଏବେ ଦଳର ଚିନ୍ତା ବଢ଼ି ଯାଇଛି। ବିଜେପି ‘ଅପରେସନ୍‌ ଲୋଟସ୍‌’ ଜରିଆରେ ଏହି ବିଧାୟକଙ୍କୁ ନିଜ ସହ ସାମିଲ କରିବାକୁ ଚାହୁଁଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କଂଗ୍ରେସ ଏଭଳି ଆଶଙ୍କା ପ୍ରକାଶ କରିଥିଲେ ହେଁ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ବିଧାୟକଙ୍କ ଏହା ତାଙ୍କ ସରକାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ମତ ଦେଇଛନ୍ତି।

ବିଜେପିର ‘ଅପରେସନ ଲୋଟସ୍‌’କୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ କଂଗ୍ରେସ ପକ୍ଷରୁ ଏକ ବୈଠକ ବସିଥିଲା। ଯେଉଁଥିରେ ଦଳୀୟ ନେତାମାନେ କର୍ଣ୍ଣାଟକାରେ ରହିଥିବା ମେଣ୍ଟ ସରକାରର ବିଧାୟକଙ୍କୁ ବିଜେପି ପ୍ରଲୋଭିତ କରାଇ ନିଜ ପକ୍ଷରୁ ନେବାକୁ ଚାହୁଁଛି ଏବଂ ରାଜ୍ୟରେ କ୍ଷମତା ଦଖଲ କରିବାକୁ ଚାହୁଁଥିବା କହିଛନ୍ତି।

୨୦୦୮ରେ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦୁରାପ୍ପାଙ୍କ ଗାଦିକୁ ସଶକ୍ତ କରିବାକୁ ‘ଅପରେସନ୍‌ ଲୋଟସ୍‌’ ଅଭିଯାନ ବଳରେ ବିଜେପି ଏକାଧିକ କଂଗ୍ରେସ ନେତାଙ୍କୁ ନିଜ ଦଳରେ ସାମିଲ କରିଥିଲା।

ସୂଚନା ଅନୁସାରେ ୫ ଜଣ କଂଗ୍ରେସ ବିଧାୟକ ଦଳର ଯୋଗାଯୋଗରେ ନାହାନ୍ତି। ସେମାନେ ମୁମ୍ବାଇର ଏକ ହୋଟେଲ୍‌ରେ ରହିଥିବା ଜଣାପଡ଼ିଛି। ଏମାନଙ୍କୁ ବିଜେପି ନିଜ ସହ ସାମିଲ କରିବାକୁ ଚାହୁଁଥିବା କଂଗ୍ରେସ ଅଭିଯୋଗ କରିଛି। ଅନ୍ୟପକ୍ଷରେ କୁମାରସ୍ୱାମୀ କହିଛନ୍ତି, “୫ କଂଗ୍ରେସ ବିଧାୟକ ନିୟମିତ ମୋ ସହିତ ଯୋଗାଯୋଗରେ ରହିଛନ୍ତି। ସେମାନେ ମୋତେ ଜଣାଇ ମୁମ୍ବାଇ ଯାଇଛନ୍ତି। ମୋ ସରକାର ଉପରେ କୌଣସି ବିପଦ ନାହିଁ।”

କଂଗ୍ରେସ ନେତା ତଥା କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି,“ବିଜେପି ନେତାମାନେ କହୁଛନ୍ତି ଏହି ମେଣ୍ଟ ସରକାର ଭାଙ୍ଗିଯିବ। ହେଲେ ଏହା କେବେ ସମ୍ଭବ ହୋଇପାରିବ ନାହିଁ। ହଁ, ଆମ ବିଧାୟକମାନେ ବୁଲିବା ପାଇଁ ବାହାରକୁ ଯାଇଛନ୍ତି। ଏହାର ଅର୍ଥ ନୁହେଁ, ସେମାନେ ବିଜେପିରେ ମିଶିବେ। ସେମାନେ ଆମ ଯୋଗାଯୋଗରେ ରହିଛନ୍ତି।”

ଯେଉଁ ୫ ଜଣ କଂଗ୍ରେସ ଏମଏଲଏ ଦଳଠାରୁ ଅଲଗା ରହିଥିବା କୁହାଯାଉଛି, ସେମାନେ ପୂର୍ବରୁ ମନ୍ତ୍ରୀ ପଦ ହରାଇବାରୁ କଂଗ୍ରେସ ଛାଡ଼ିବେ ବୋଲି ଧମକ ଦେଇଥିଲେ। ତେଣୁ ଏମାନଙ୍କୁ ବିଜେପି ନିଜ ସହ ସାମିଲ କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଥିବା କୁହାଯାଉଛି।

ସୂଚନାଯୋଗ୍ୟ, କର୍ଣ୍ଣାଟକା ବିଧାନସଭାର ୨୨୪ଟି ଆସନରୁ ବିଜେପି ୧୦୪ଟିରେ ଜିତିଥିଲେ ହେଁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୧୧୩ ହାସଲ କରିପାରି ନଥିଲା।



from Odisha Reporter http://bit.ly/2Cl55vY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages