
ଲକ୍ଷ୍ନୌ: ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ଉତ୍ତର ପ୍ରଦେଶରେ ଚେକ୍ ଦେବାକୁ ଦୁଇ ପରସ୍ପର ବିରୋଧୀ ଦଳ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି (ସପା) ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବସପା) ହାତ ମିଳାଇଛନ୍ତି। ଉତ୍ତର ପ୍ରଦେଶରେ ବୁଆ ଓ ବବୁଆ ଭାବେ ପରିଚିତ ମାୟାବତୀ ଏବଂ ଅଖିଲେଶ ମେଣ୍ଟ କରିଥିଲେ ହେଁ ଏହା କେତେଦିନ ତିଷ୍ଠିବ, ତା’କୁ ନେଇ ପ୍ରଶ୍ନ ଉଠିଛି।
ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିର ବିଧାୟକ ହରିଓମ୍ ଯାଦବ କହିଛନ୍ତି, “ ଅଖିଲେଶ ଯାଦବ ମାୟାବତୀଙ୍କ ଆଗରେ ଆଣ୍ଠେଇ ରହିଲେ ଯାଇ ଏହି ମହାମେଣ୍ଟ କାର୍ଯ୍ୟ କରିବ। ତେବେ ଏହି ମେଣ୍ଟ ମୋ ଘର ଥିବା ଫିରୋଜାବାଦରେ ସଫଳ ହେବନାହିଁ। ଯେଉଁ ପର୍ଯ୍ୟନ୍ତ ଆମ ଦଳର ମୁଖ୍ୟ(ଅଖିଲେଶ) ବେହନଜୀ(ମାୟାବତୀ)ଙ୍କ ସବୁ କଥାରେ ହଁ ଭରିବେ ଏବଂ ତାଙ୍କ ଆଗରେ ଆଣ୍ଠୁ ଭାଙ୍ଗି ରହିଥିବେ, ସେତେଦିନ ଯାଏ ଏହି ମେଣ୍ଟ ଠିକ୍ ଭାବେ କାର୍ଯ୍ୟ କରିବ।”
ଦୀର୍ଘ ବର୍ଷ ହେଲା ପରସ୍ପର ବିରୋଧରେ ନିର୍ବାଚନ ଲଢ଼ୁଥିବା ମାୟାବତୀ ଓ ଅଖିଲେଶ ସବୁ କିଛି ଭୁଲି ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ଶନିବାର ମେଣ୍ଟ କଥା ଘୋଷଣା କରିଥିଲେ। ଉଭୟ ଉତ୍ତର ପ୍ରଦେଶର ୮୦ଟି ଆସନରୁ ୩୮ଟି ଲେଖାଏ ସ୍ଥାନରେ ପ୍ରାର୍ଥୀ ଦେବେ ବୋଲି ସ୍ଥିର କରିଛନ୍ତି।
from Odisha Reporter http://bit.ly/2D91qTS
No comments:
Post a Comment