ପ୍ରତିଦିନ ମହାଗଠବନ୍ଧନର ପ୍ରଧାନମନ୍ତ୍ରୀ ବଦଳିବେ ବୋଲି କହି ତାଚ୍ଛଲ୍ୟ କଲେ ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ପ୍ରତିଦିନ ମହାଗଠବନ୍ଧନର ପ୍ରଧାନମନ୍ତ୍ରୀ ବଦଳିବେ ବୋଲି କହି ତାଚ୍ଛଲ୍ୟ କଲେ ଶାହ

କାନପୁର: ଯଦି ସୋମବାର ମାୟାବତୀ ପ୍ରଧାନମନ୍ତ୍ରୀ ହେବ, ତାହେଲେ ମଙ୍ଗଳବାର ଅଖିଲେଶ ଯାଦବ ପ୍ରଧାନମନ୍ତ୍ରୀ ହେବେ। କାରଣ ପ୍ରଧାନମନ୍ତ୍ରୀ ହେବାକୁ ସମ୍ଭାବ୍ୟ ମହାଗଠବନ୍ଧନର ନେତାମାନେ ବେଶ ବ୍ୟାକୁଳ। ମହାଗଠବନ୍ଧନର ନେତାମାନେ ଏବେ କ୍ଷମତା ଲୋଭରେ ରହିଛନ୍ତି ବୋଲି ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କଟାକ୍ଷ କରିଛନ୍ତି।

ଉତ୍ତର ପ୍ରଦେଶର କାନପୁରଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଶ୍ରୀ ଶାହ ବିଜେପି ବିରୋଧରେ ଗଠନ ହେବାକୁ ଥିବା ମହାଗଠବନ୍ଧନକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି,“ଆମେ ଆମର ପ୍ରଧାନମନ୍ତ୍ରୀ କିଏ ହେବ, ତାକୁ ନେଇ ଆମେ ନିଶ୍ଚିତ ରହିଛୁ। ଏନ୍‌ଡିଏର ପ୍ରଧାନମନ୍ତ୍ରୀ ମୋଦିଜୀ ରହିବେ। ହେଲେ ମହାଗଠବନ୍ଧନର କିଏ? ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଯଦି ମହାଗଠବନ୍ଧନ କ୍ଷମତାକୁ ଆସିବ, ତା’ହେଲେ ଏଥିରେ ଥିବା ୬ ଜଣ ପ୍ରାର୍ଥୀ ୬ ଦିନ ପ୍ରଧାନମନ୍ତ୍ରୀ ହେବେ।

ସୋମବାର ଦିନ ବେହେନଜୀ(ମାୟାବତୀ), ମଙ୍ଗଳବାର ଅଖିଲେଶ ଯାଦବ ଓ ବୁଧବାର ମମତା ଦିଦି ପ୍ରଧାନମନ୍ତ୍ରୀ ରହିବେ। ସେହିପରି ଗୁରୁବାର ଶରଦ ପାୱାର, ଶୁକ୍ରବାର ଏଚଡି ଦେବଗୌଡ଼ା ଓ ଶନିବାର ଏମ୍‌କେ ଷ୍ଟାଲିନ୍‌ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବେ।

ରବିବାର ଦେଶ ଶୋଇପଡ଼ିବ। କାରଣ ସେମାନେ ଜାଣିନାହାନ୍ତି, ମହାଗଠବନ୍ଧନର ନେତା କିଏ? ଏଭଳି ଏକ ମେଣ୍ଟ ଦେଶ ପାଇଁ ଆଦୌ ଶୁଭଙ୍କର ନୁହେଁ। ୫୬ ଇଞ୍ଚର ଛାତିଥିବା ଏକମାତ୍ର ବ୍ୟକ୍ତି ମୋଦିଜୀ ହିଁ ଦେଶକୁ ଆଗକୁ ନେଇପାରିବେ।”



from Odisha Reporter http://bit.ly/2WwVs6D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages