
ବୌଦ୍ଧ(ଭାର୍ଜନ ପ୍ରଧାନ)ଯବନଙ୍କ ଆକ୍ରମଣରୁ ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଜଗନ୍ନାଥଙ୍କୁ ସୁରକ୍ଷିତ ରଖାଯାଇଥିଲା । ବୌଦ୍ଧ ଜିଲ୍ଲାର ନାଏକପଡ଼ା ଗୁମ୍ଫା ମଧ୍ୟ ଥିଲା ଜଗନ୍ନାଥଙ୍କ ଆଶ୍ରୟସ୍ଥଳୀ। ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତି ଏହି ନାଏକପଡ଼ା ଗୁମ୍ଫାରେ ରହିଛି ଅନେକ ସମସ୍ୟା। ଫଳରେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ କମିବାକୁ ଲାଗିଛି । ଏଭଳି ପରିସ୍ଥିତିରେ ଏହାର ବିକାଶ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
କାହିଁ କେଉଁ ଆବାହାନ କାଳରୁ ଏଠାରେ ପୂଜା ପାଇ ଆସୁଛନ୍ତି ତିନି ଠାକୁର। ବୌଦ୍ଧ ଜିଲ୍ଲା ବାମଣ୍ଡା ଗାଁରୁ କିଛି ବାଟ ଗଲେ ପଡିଥାଏ ବଣ ଜଙ୍ଗଲ ଘେରା ନାଏକପଡ଼ା ଗୁମ୍ଫା। ପ୍ରତି ବର୍ଷ ପର୍ଯ୍ୟଟନ ଋତୁ ଆସିଲେ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ହେଲେ ଏଠାରେ ପର୍ଯ୍ୟଟକଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। ଭଲ ରାସ୍ତା, ବିଜୁଳି ଓ ପାନୀୟ ଜଳର ସୁବିଧା ନଥିବାରୁ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି ପର୍ଯ୍ୟଟକ। ଏପରିକି ପର୍ଯ୍ୟଟକମାନଙ୍କ ପାଇଁ ରହିବାକୁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇ ନାହିଁ ।
କୀମ୍ବଦନ୍ତି କୁହେ,ଯବନଙ୍କ ଆକ୍ରମଣରୁ ରକ୍ଷା କରିବାକୁ ଯାଇ ତିନି ଠାକୁରଙ୍କୁ ଏହି ପାହାଡ଼ ଗୁମ୍ଫାରେ ସୁରକ୍ଷିତ ରଖାଯାଇଥିଲା। ତେଣୁ ଏହା ଅନ୍ୟତମ ପାତାଳି ଶ୍ରୀକ୍ଷେତ୍ର ଭାବେ ପରିଚିତ। ହେଲେ ଏହାର ସୁରକ୍ଷା ନେଇ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ପରେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ତେବେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
from Odisha Reporter http://bit.ly/2RtrJb8
No comments:
Post a Comment