
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍ ଅଭିନେତା ତଥା ଡ୍ୟାନ୍ସିଂ ଷ୍ଟାର୍ ବବି ମିଶ୍ର ନିଜ ନିଆରା ଅଭିନୟ ଦକ୍ଷତା ପାଇଁ ଦର୍ଶକଙ୍କଠାରୁ ଉଭୟ ତାଳି ଓ ଗାଳି ମଧ୍ୟ ପାଇଛନ୍ତି।
ପିଲାବେଳୁ ଖୁବ୍ ଦୁଷ୍ଟ ଥିବା ବବି ବଡ଼ ହେବା ପରେ କିନ୍ତୁ ବହୁତ ବଦଳି ଯାଇଛନ୍ତି। ତେବେ ବବିଙ୍କ ଜୀବନରେ ବଡ଼ଧରଣର ପରିବର୍ତ୍ତନ ହୋଇଛି ବିବାହ ପରେ।
ବଙ୍ଗୀୟ ସୁନ୍ଦରୀ କୋଏଲ୍ ବାନାର୍ଜୀଙ୍କ ହାତ ଧରିବା ପରେ ବବି ଏବେ ନିଶାର ନ ଅକ୍ଷର ବି ଧରୁନାହାନ୍ତି। ଖାଲି ସେତିକି ନୁହେଁ, ଏବେ ଆଉ ବିଳମ୍ବିତ ରାତି ନ ହୋଇ ଦିନ ଥାଉ ଥାଉ ଘରକୁ ବି ଫେରି ଆସୁଛନ୍ତି, ଠିକ୍ ସୁନା ପିଲା ଭଳି।
୨୦୧୨ ଜାନୁଆରୀ ୨୭ ତାରିଖରେ ବବି ବଙ୍ଗୀୟ ବିୟୁଟି କୋଏଲ୍ ବାନାର୍ଜୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ପ୍ରେମ ବିବାହ ହୋଇଥିଲା। କିନ୍ତୁ ଏ ପ୍ରେମ ଏତେ ସହଜ ନ ଥିଲା। ବବିଙ୍କ କହିବା ଅନୁଯାୟୀ, ସେ ଦୁଇ ବର୍ଷ କୋଏଲ୍ଙ୍କ ପଛରେ ଗୋଡ଼ାଇବା ପରେ ଯାଇ କୋଏଲ୍ ତାଙ୍କ ପ୍ରସ୍ତାବକୁ ସ୍ୱୀକାର କରିଥିଲେ।
ବିବାହ ପରେ ଜୀବନରେ କ’ଣ ପରିବର୍ତ୍ତନ ଆସିଛି ବୋଲି ପ୍ରଶ୍ନର ଉତ୍ତରରେ ବବି କୁହନ୍ତି, “ବିବାହ ପୂର୍ବରୁ ମୁଁ ବିଳମ୍ବିତ ରାତ୍ରିରେ ମଦ ପିଇ ଘରକୁ ଫେରୁଥିଲି। ସେଇଟା ମୋ ଅଭ୍ୟାସ ଥିଲା। ଏବେ କିନ୍ତୁ ସେ ଅଭ୍ୟାସ ବଦଳିଯାଇଛି। ଏବେ ମୁଁ ରାତି ଦେଖୁନି, ଦିନ ଥାଉ ଥାଉ ଘରକୁ ପଳାଇ ଆସୁଛି।”
ପିଲାଦିନେ କେତେ ଦୁଷ୍ଟ ଥିଲେ ବୋଲି ପ୍ରଶ୍ନରେ ବବି କହିଛନ୍ତି, “ଏ ପ୍ରଶ୍ନର ଉତ୍ତର ଦେବାର ଆବଶ୍ୟକତା ନାହିଁ। କାରଣ ସାର୍ଟ ଖୋଲିଦେଲେ, ଆପଣ ମୋ ଶରୀରରେ ଥିବା ଦାଗରୁ ଖୁବ୍ ସହଜରେ ଜାଣି ପାରିବେ ଯେ ପିଲାବେଳେ ମୁଁ କେତେ ଦୁଷ୍ଟ ଥିଲି?”
from Odisha Reporter http://bit.ly/2HDSnhV
No comments:
Post a Comment