
ପାଟନା: ବିଜେପି ଟିକେଟ୍ରୁ ସାଂସଦ ହୋଇଥିବା ଶତୃଘ୍ନ ସିହ୍ନା ଦଳରେ ରହି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଏନ୍ଡିଏକୁ ସମାଲୋଚନା କରି ଚାଲିଛନ୍ତି। ହେଲେ ଆଜି ଯାଏ ତାଙ୍କ ବିରୋଧରେ ନା କାର୍ଯ୍ୟାନୁଷ୍ଠାନ ହେଉ ଥିଲା ନା ତାଙ୍କୁ କେହି ଦଳ ଛାଡ଼ିବାକୁ କହୁଥିଲା। ହେଲେ ପ୍ରଥମଥର ପାଇଁ ବିହାରର ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେପିର ମୁଖ୍ୟ ସୁଶୀଲ ମୋଦି ଶ୍ରୀ ସିହ୍ନାଙ୍କୁ ଦଳ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି।
ଶ୍ରୀ ମୋଦି କହିଛନ୍ତି, ଯଦି ବିଜେପିରେ ଶ୍ରୀ ସିହ୍ନାଙ୍କ ସମସ୍ୟା ରହୁଛି, ତା’ହେଲେ ସେ ଦଳ ଛାଡ଼ି ଦେବା ଉଚିତ। ସେ ବିଜେପି ପ୍ରତି ଯେଉଁ ଶବ୍ଦ ଓ ଭାଷା ପ୍ରୟୋଗ କରୁଛନ୍ତି ତାହା ଗ୍ରହଣୀୟ ନୁହେଁ।
ଏପରି ସ୍ଥିତିରେ ସେ ଦଳରେ ରହିବା ଠିକ୍ ନୁହେଁ। ସେ କ’ଣ ପାଇଁ ବିଜେପିରେ ଅଛନ୍ତି? ବିଜେପିକୁ ଅସମ୍ମାନ କରିବା ପରେ ପୁଣି କାହିଁକି ସେ ବିଜେପିରେ ଥିବା କହୁଛନ୍ତି? ସେ ବର୍ତ୍ତମାନ ଯଶବନ୍ତ ସିହ୍ନାଙ୍କ ସଂଗଠନ କଥାରେ ଚାଲୁଛନ୍ତି।”
ଶତୃଘ୍ନଙ୍କ ଭଳି ଯଶବନ୍ତ ସିହ୍ନା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୀବ୍ର ସମାଲୋଚନା କରି ବିଜେପି ଛାଡ଼ିଥିଲେ।
from Odisha Reporter http://bit.ly/2FxGvfo
No comments:
Post a Comment