ସାବରୀମାଲାରେ ପ୍ରଵେଶ କରିଥିବା ମହିଳାଙ୍କ ‘ଜୀବନ ପ୍ରତି ବିପଦ’, ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ସାବରୀମାଲାରେ ପ୍ରଵେଶ କରିଥିବା ମହିଳାଙ୍କ ‘ଜୀବନ ପ୍ରତି ବିପଦ’, ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ: କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରରେ ପ୍ରଥମ ଥର ପାଇଁ ପ୍ରଵେଶ କରିଥିବା ଦୁଇ ମହିଳାଙ୍କ ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି। ଏଥିପାଇଁ ଉଭୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ସୁରକ୍ଷା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

କନ୍ନୁର ବିଶ୍ୱବିଦ୍ୟାଳୟରେ ଲେକଚରର୍‌ ଥିବା ବିନ୍ଦୁ ଓ କନକ ଦୁର୍ଗା ନାମକ ଜଣେ ସରକାରୀ ଚାକିରି କରିଥିବା ମହିଳା ଇତିହାସରେ ପ୍ରଥମଥର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସାବରୀମାଲାରେ ପ୍ରବେଶ କରିଥିଲେ। ତେବେ ଏହା ବିରୋଧରେ କେରଳରେ ବନ୍ଦ ପାଳନ ସହ କନକଦୁର୍ଗାଙ୍କୁ ମଧ୍ୟ ତାଙ୍କ ଶାଶୂ ଘର ଲୋକେ ମାଡ଼ ମାରିଥିଲେ। ଏବେ ସେ ହସ୍ପିଟାଲ୍‌ରେ ରହିଛନ୍ତି।

ଏହି ଦୁଇ ମହିଳାଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ଇନ୍ଦିରା ଜୟସିଂ ସୁପ୍ରିମକୋର୍ଟରେ ଆବେଦନ କରିବା ସହ ଏମାନଙ୍କୁ ଉପଯୁକ୍ତ ପୁଲିସ୍‌ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ଆସନ୍ତାକାଲି ଏହାର ଶୁଣାଣି କରିବେ।



from Odisha Reporter http://bit.ly/2QRYz53

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages