ମାୟାବତୀଙ୍କୁ ବିଶ୍ୱାସ କରନି, ଅଖିଲେଶଙ୍କୁ କହିଲେ ଶିଵପାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ମାୟାବତୀଙ୍କୁ ବିଶ୍ୱାସ କରନି, ଅଖିଲେଶଙ୍କୁ କହିଲେ ଶିଵପାଲ

ଲକ୍ଷ୍ନୌ: ମାୟାବତୀଙ୍କ ବିଏସ୍‌ପି ଓ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ହାତ ମିଳାଇବା ପରେ ଏବେ ଏହି ମେଣ୍ଟ କେତେ ଦିନ ତିଷ୍ଠିବ, ତାକୁ ନେଇ ପ୍ରଶ୍ନ ଉଠିଛି। ଇତିମଧ୍ୟରେ ଅଖିଲେଶ ଯାଦବଙ୍କ ଦାଦା ଶିବପାଲ ଯାଦବ ପୁତୁରାଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଅଖିଲେଶ କେବେ ହେଲେ ବି ମାୟାବତୀଙ୍କୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ଶିବପାଲ ପରାମର୍ଶ ଦେଇଛନ୍ତି।

ଶିବପାଲ କହିଛନ୍ତି, “ ଲକ୍ଷ୍ନୌ ଗେଷ୍ଟ ହାଉସ୍‌ରେ ଯାହା ହୋଇଥିଲା ସେକଥା ସମସ୍ତେ ଜାଣିଛନ୍ତି। ମାୟାବତୀ ଏମିତି ଜଣେ ରାଜନେତା ଯିଏ ପୂର୍ବରୁ ସମାଜବାଦୀ ପାର୍ଟି ଓ ନେତାଙ୍କୁ ସର୍ବଦା ବିରୋଧ କରୁଥିଲେ। ତେଣୁ ଅଖିଲେଶ ମାୟାବତୀଙ୍କ ପ୍ରତି ସତର୍କ ରହିବା ଦରକାର। ମାୟାବତୀ ମୋ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।

ମୁଁ ସେତେବେଳେ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଥିଲି। ମୁଁ ନାରକୋ ଟେଷ୍ଟ କରିବା ସହ ମାୟାବତୀଙ୍କର ମଧ୍ୟ ନାରକୋ ଟେଷ୍ଟ ହେଉ ବୋଲି ଦାବି କରିଥିଲି। କିନ୍ତୁ ମାୟାବତୀ ପଛଘୁଞ୍ଚା ଦେଇଥିଲେ।

ଯେଉଁମାନେ ଟିକେଟ ବିକ୍ରି କରନ୍ତି, ସେମାନଙ୍କୁ କେବେ ହେଲେ ବିଶ୍ୱାସ କରିବା କଥା ନୁହେଁ। ଯିଏ ପୂର୍ବରୁ ନେତାଜୀ(ମୁଲାୟମ ସିଂହ ଯାଦବ)ଙ୍କୁ ସମାଲୋଚନା କରୁଥିଲେ ଏବଂ ତାଙ୍କୁ ଗୁଣ୍ଡା ବୋଲି କହୁଥିଲେ, ଏବେ ସେଭଳି ଲୋକ ହାତ ମିଳାଇବାକୁ ଆସିଛନ୍ତି। କ’ଣ ଏଭଳି ଲୋକଙ୍କୁ ବିଶ୍ୱାସ କରିବା ଉଚିତ? ମାୟାବତୀଙ୍କ ଦଳ କେବେ ହେଲେ ଅଧିକ ଆସନ ଜିତି ପାରିବ ନାହିଁ।”

ଶନିବାର ଉତ୍ତର ପ୍ରଦେଶ ଲୋକସଭାରେ ମାୟାବତୀ ଓ ଅଖିଲେଶ ଯାଦବ ଏକାଠି ଲଢ଼ିବେ ବୋଲି ସ୍ଥିର କରି ସାମ୍ବାଦିକ ସମ୍ମିଳନୀ କରିଥିଲେ।



from Odisha Reporter http://bit.ly/2HffWgU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages