
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ମହିଳା ହକି ଟିମ୍ ଏବେ ସ୍ପେନ୍ ଗସ୍ତରେ ଅଛି। ଗତକାଲି ଦଳ ତା’ର ପ୍ରଥମ ମ୍ୟାଚ୍ ଘରୋଇ ଟିମ୍ ବିପକ୍ଷରେ ଖେଳିଥିଲା। ତେବେ ଗସ୍ତ ଆରମ୍ଭରୁ ହିଁ ଟିମ୍କୁ ଝଟକା ଲାଗିଥିଲା। ପ୍ରଥମ ମ୍ୟାଚ୍ରେ ଭାରତୀୟ ଟିମ୍ ୨-୩ ଗୋଲ୍ରେ ସ୍ପେନ୍ ଠାରୁ ହାରି ଯାଇଛି।
ମ୍ୟାଚ୍ର ଅଷ୍ଟମ୍ ମିନିଟ୍ରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା। ତେବେ ଦଳ ଏହାକୁ ଗୋଲରେ ପରିଣତ କରିପାରି ନଥିଲା। ତେବେ ୧୨ତମ ମିନିଟ୍ରେ ଉଦିତା ଦଳ ପାଇଁ ପ୍ରତମ ଗୋଲ୍ କରିଥିଲେ।
ଦ୍ୱିତୀୟ କ୍ୱାର୍ଟରରେ ୨୩ତମ ମିନିଟ୍ରେ ଆୟୋଜକ ସ୍ପେନ୍ର ମାରିଆ ଟୋଷ୍ଟ ଭାରତ ଉପରେ ଏକ ଗୋଲ୍ ଦେଇ ସ୍ଥିତି ବାରାବର କରି ଦେଇଥିଲେ। ଏହା ପରେ ମ୍ୟାଚ୍ର ୩୯ ମିନିଟ୍ ଓ ୪୦ ମିନିଟ୍ରେ ସ୍ପେନ୍ ଆଉ ଦୁଇଟି ଗୋଲ୍ ଦେଇଥିଲା। ୪୮ତମ ମିନିଟ୍ରେ ଭାରତ ପକ୍ଷରୁ ଗୁରଜିତ ଆଉ ଏକ ଗୋଲ୍ ଦେଇଥିଲେ।
ଭାରତୀୟ ମହିଳା ଟିମ୍ ସ୍ପେନ୍ ବିପକ୍ଷରେ ଆଉ ତିନିଟି ମ୍ୟାଚ୍ ଖେଳିବ। ଏହାପରେ ଫେବ୍ରୁଆରୀ ୨ ଓ ୩ ତାରିଖରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ୨ଟି ମ୍ୟାଚ୍ ଖେଳିବ।
from Odisha Reporter http://bit.ly/2Mz37wK
No comments:
Post a Comment