ବାଇକ୍‌ରେ ପଳାଉଥିବା ବେଳେ ବବ୍‌ଲୁକୁ ଗୁଳି ମାରିଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ବାଇକ୍‌ରେ ପଳାଉଥିବା ବେଳେ ବବ୍‌ଲୁକୁ ଗୁଳି ମାରିଲା ପୁଲିସ୍‌

policeencounter

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲାରେ ଆତଙ୍କ ଖେଳାଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ବବଲୁ ମହାନନ୍ଦଙ୍କୁ ପୁଲିସ୍‌ ଏନ୍‌କାଉଣ୍ଟର କରିଛି। ଗତକାଲି ସନ୍ଧ୍ୟାରେ ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାର ସଇଁତଲା ନିକଟରେ ଟିଟିଲାଗଡ଼ ଓ ସଇଁତଲା ପୁଲିସ୍‌ ମିଶି ତାକୁ ଏନ୍‌କାଉଣ୍ଟର କରିଥିଲେ। ଏନ୍‌କାଉଣ୍ଟରରେ ବବ୍‌ଲୁର ଡାହାଣ ଗୋଡ଼ରେ ତିନିଟି ଗୁଳି ବାଜିଥିବା ଜଣାପଡ଼ିଛି। ତାକୁ ପ୍ରଥମେ ସଇଁତଲା ଡାକ୍ତରଖାନା ଓ ପରେ ବଲାଙ୍ଗିର ହସ୍ପିଟାଲକୁ ଅଣାଯାଇଥିଲା। ତେବେ ଅଧିକ ଚିକିତ୍ସା ପାଇଁ ତାକୁ ବୁର୍ଲା ନିଆଯାଇଛି।

ବବ୍‌ଲୁ ଏକ ବାଇକ୍‌ରେ ଟିଟିଲାଗଡ଼ରୁ ସଇଁତଳାକୁ ଯାଉଥିବା ନେଇ ପୁଲିସ୍ ଖବର ପାଇଥିଲା। ଏହାପରେ ଟିଟିଲାଗଡ଼ ପୁଲିସ୍‌ର ଏକ ଟିମ୍‌ ବବ୍‌ଲୁକୁ ପିଛା କରୁଥିବା ବେଳେ ବଡ଼ମାଳ ଜଙ୍ଗଲ ନିକଟରେ ସେ ଦେଶୀ ପିସ୍ତଲରେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ତେବେ ପୁଲିସ୍‌ର ପାଲଟା ଗୁଳିରେ ବବ୍‌ଲୁ ଆହତ ହୋଇ ତଳେ ପଡ଼ିଯାଇଥିଲା। ତା’ପରେ ପୁଲିସ୍‌ ତାକୁ କାବୁ କରିଥିଲା।

ବବ୍‌ଲୁ ନାଁରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ଗତ ଅଗଷ୍ଟ ୨୯ ତାରିଖରେ ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାର ଜିତୁ ମୋଟେଲ ନିକଟରେ ଦିଲୀପ ପଟ୍ଟନାୟକଙ୍କୁ ଗୁଳି ମାରିବା ଘଟଣାରେ ବବ୍‌ଲୁ ମୁଖ୍ୟ ଅଭିଯୁକ୍ତ ବୋଲି ଅଭିଯୋଗ ହୋଇଥିଲା। ଏହି ଗୁଳିକାଣ୍ଡ ଘଟଣାରେ ପୁଲିସ୍ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବବଲୁକୁ ଖୋଜୁଥିଲା।



from Odisha Reporter http://bit.ly/2Mxke29

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages