ଅନ୍ତରୀକ୍ଷ ଯିବେ ଭାରତୀୟ ମହାକାଶଚାରୀ, ସାମିଲ ହେବେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ଅନ୍ତରୀକ୍ଷ ଯିବେ ଭାରତୀୟ ମହାକାଶଚାରୀ, ସାମିଲ ହେବେ ମହିଳା

ବେଙ୍ଗାଲୁରୁ: ୨୦୨୧ ମସିହା ଡିସେମ୍ବର ସୁଦ୍ଧା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ ମହାକାଶଚାରୀଙ୍କୁ ମହାକାଶକୁ ପଠାଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଇସ୍ରୋ ମୁଖ୍ୟ କେ ଶିବନ୍ କହିଛନ୍ତି ଗଗନଯାନ ପାଇଁ ସେମାନଙ୍କ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ମହାକାଶରେ ଭାରତର ଉପସ୍ଥିତିକୁ ଏହି ପ୍ରକଳ୍ପ ଆହୁରି ସୁଦୃଢ଼ କରିବ।

ଗତ ବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପ ବାବଦରେ ଘୋଷଣା କରିଥିଲେ। ୨୦୨୨ରେ ଦେଶ ସ୍ୱାଧୀନତାକୁ ୭୫ବର୍ଷ ପୂରଣ କରୁଥିବାରୁ ଏହି ବର୍ଷ କିମ୍ବା ଏହା ପୁର୍ବରୁ ଏହି ମହାକାଶଚାରୀମାନେ ମହାକାଶକୁ ଯିବେ ଏବଂ ତ୍ରିରଙ୍ଗା ସହିତ ଭାରତମାତାର ପୁଅ କିମ୍ବା ଝିଅ ଏହାର ନେତୃତ୍ୱ ନେବେ ବୋଲି ମୋଦି କହିଥିଲେ।

ଇସ୍ରୋ ମୁଖ୍ୟ କହିବା ଅନୁଯାୟୀ, “ଏଥିପାଇଁ ଭାରତରେ ପ୍ରାରମ୍ଭିକ ତାଲିମ ଦିଆଯିବ ଏବଂ ପରେ ରୁଷ୍‌ରେ ସେମାନଙ୍କୁ ତାଲିମ ଦିଆଯିବ। ମହିଳା ମହାକାଶଚାରୀ ମଧ୍ୟ ଟିମ୍‌ରେ ରହିବେ, ତାହା ହିଁ ହେବ ଆମ ଲକ୍ଷ୍ୟ। ଆମେ ୬ଟି ଇନ୍‌କ୍ୟୁବେସନ୍‌ ଓ ଗବେଷଣା କେନ୍ଦ୍ର ମଧ୍ୟ ସ୍ଥାପନା କରିବୁ। ଭାରତୀୟ ଛାତ୍ରଛାତ୍ରୀମାନେ ଇସ୍ରୋ ପରିଦର୍ଶନରେ ଆସିବେ। ଭାରତୀୟ ଛାତ୍ରଛାତ୍ରୀ ନାସା କାହିଁକି ଯିବେ?”

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତ୍‌କ୍ଷେପଣ କେନ୍ଦ୍ରରୁ ଜିଏସ୍‌ଏଲ୍‌ଭି ଏମ୍‌କେ III ପଠାଯିବ ଏବଂ ଏଥିପାଇଁ ଜିଓସିଙ୍କ୍ରୋନୋସ୍‌ ସାଟେଲାଇଟ୍‌ ଳଞ୍ଚ ରକେଟ୍‌ ବ୍ୟବହାର କରାଯିବ। ଗତବର୍ଷ ଇସ୍ରୋ ୧୬ଟି ମିଶନର ପ୍ରାସ କରିଛି ଏବଂ ଏଥିରୁ ୭ଟିରେ ସଫଳ ହୋଇଛି।



from Odisha Reporter http://bit.ly/2QAUFh3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages