“ଇଚ୍ଛା ହେଉଛି ତତେ ଚପଲରେ ସେକିବାକୁ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

“ଇଚ୍ଛା ହେଉଛି ତତେ ଚପଲରେ ସେକିବାକୁ”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ନିକିତା ଲିପନ୍‌ ସାହୁ ଓରଫ୍‌ ଲକ୍ଷ୍ମୀପ୍ରିୟା ବେହେରାଙ୍କ ମୃତ୍ୟୁ ପରେ ଏବେ ଚର୍ଚ୍ଚାରେ ତାଙ୍କ ସ୍ୱାମୀ ଲିପନ୍‌। YouTube ରେ ଲୋକେ ତାଙ୍କୁ ସର୍ଚ୍ଚ କରୁଛନ୍ତି, ଆଉ ଆଉ ମନଇଚ୍ଛା ସୋଧୁଛନ୍ତି। ଯାହାକୁ ନେଇ ଏବେ ସୋଶାଲ୍‌ ମିଡିଆରେ ଭାରି ଚର୍ଚ୍ଚା।

“ଯୋ ତେରେ ସଙ୍ଗ ଲାଗି, ପ୍ରିତ୍‌ ମୋହେ… ରୁହ୍‌ ବାର୍‌ ବାର୍‌ ତେରା ନାମ୍‌ ଲେ…, କି ରବ ସେ ଏ ମାଙ୍ଗି ୟହି ଦୁଆ…, ତୁ ହାଥୋ କି ଲକିରେ ଥାମ ଲେଁ…”

ଏମିତି ରୋମାଣ୍ଟିକ୍‌ ଗୀତରେ ସଜେଇ ହୋଇଥିବା ଭିଡିଓରେ ଅଛନ୍ତି ଲିପନ୍‌ ଆଉ ନିକିତା। ଉଭୟରେ ବେଶ୍‌ ଖୁସି ବେସ୍‌ ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ। ଆଉ ଏଇ ରୋମାଣ୍ଟିକ୍‌ ମୁହୂର୍ତ୍ତସବୁକୁ ଗୋଟିଏ ପ୍ରେମ୍‌ରେ ସାଉଁଟି ସ୍ୱାମୀ ଲିପନ୍‌ ପ୍ରସ୍ତୁତ କରିଥିଲେ ଏହି ଭିଡିଓ। ଯାହାକୁ ଦେଖିଲେ ଆପଣଙ୍କୁ ଏହି ଲର୍ଭ ବର୍ଡଙ୍କ ଭଲପାଇବାର ଆନ୍ଦାଜା ମିଳିଯିବ।

କିନ୍ତୁ ସତ ଏହା ଯେ, ଏହ ଭିଡିଓଟି ଏବେ କେବଳ ସ୍ମୃତି ହୋଇ ରହିଯିବ। କାରଣ ଲିପ୍‌ନ୍‌ ଆଉ ନିକିତା କେହି ଆଉ କେବେ ହେଲେ ଏକାଠି ହୋଇପାରିବେ ନାହିଁ। ନିକିତାଙ୍କ ମୃତ୍ୟୁ ପରେ ଏବେ ଜେଲ୍‌ର ୪ କାନ୍ଥରେ କୋର୍ଟ ନିଷ୍ପତ୍ତିକୁ ଅପେକ୍ଷା କରି ରହିଛନ୍ତି ଲିପ୍‌ନ୍‌ ଓରଫ୍‌ ଲିପନ୍‌ ସାହୁ।

ଅଭିନେତ୍ରୀ ପତ୍ନୀ ନିକତାଙ୍କ ସହ ବଚସା ପରେ ସେ କୁଆଡେ ତାଙ୍କୁ ଛାତ ଉପରୁ ଠେଲି ଦେଇଥିଲେ। ଆଉ ଏହା ପରେ ଢେର ଦିନ ଡାକ୍ତରଖାନରେ ଲଢିବା ପରେ ନିକିତା ସବୁଦିନ ଲାଗି ମୁଦି ଦେଇଥିଲେ ଆଖି।

ବାହାଘର ପରେ ଏମିତି କ’ଣ ହେଲେ ଯେଉଁଥି ପାଇଁ ଦୁହିଁଙ୍କ ଭିତରେ ପଡୁ ନ ଥିଲା, ତାକୁ ନେଇ ଏବେ ସସ୍ପେନ୍ସ ଆରମ୍ଭ ହୋଇଥିବା ବେଳେ ନିକିତାଙ୍କ ମୃତ୍ୟୁକୁ ନେଇ ଟ୍ୱିଷ୍ଟ ଲାଗି ରହିଛି।

ଆଉ ଖାସ୍‌ ସେଇଥିପାଇଁ କାଁ ଭାଁ ଶୁଣାଯାଇଥିବା ନାଁଟା ଆଜି ଚର୍ଚ୍ଚାରେ । ଲିପ୍‌ନ୍‌ ସାହୁ ।

ଏହି ନାଁରେ ୟୁଟ୍ୟୁବ୍‌ରେ ସର୍ଚ୍ଚ କରିବା ପରେ ଆସୁଛି ଲିପ୍‌ନ୍‌ଙ୍କ you tube channel। ଯେଉଁଥିରେ ରହିଛି ମାତ୍ର ୨ଟି ଭିଡିଓ। ଗୋଟିଏ ଭିଡିଓରେ ଲିପନ୍‌ ଆଉ ନିକିତା ଏକାଠି ବିଭିନ୍ନ ସ୍ଥାନରେ ବୁଲି ଉଠାଇଥିବା ଫଟୋଗୁଡିକ ରହିଛି ତ ଅନ୍ୟଟିରେ ଲିପନ୍‌ ନିଜର introductory videoକୁ ସ୍ଥାନ ଦେଇଛନ୍ତି।

ପ୍ରଥମ ଭିଡିଓଟିକୁ ୧ ଲକ୍ଷ ୧୩ ହଜାର ୪୦ ଜଣ ଭ୍ୟୁ କରିଥିବା ବେଳେ ଲିପ୍‌ନଙ୍କ introductory videoକୁ ୧୫, ୦୫୯ ଜଣ ଦର୍ଶକ ଭ୍ୟୁ କରିଛନ୍ତି।

ହେଲେ ସବୁଠାରୁ ବଡ଼ କଥା ହେଉଛି ନିକତାଙ୍କ ମୃତ୍ୟୁ ପରେ ହିଁ ଏହି ଭିଡିଓ ସବୁ ଦର୍ଶକ ଦେଖିଥିବା ଅନୁମାନ କରାଯାଉଛି। କାରଣ ଏହାର କମେଣ୍ଟ ବକ୍ସରେ ଅନେକ ଦର୍ଶକ ଲିପନ୍‌ଙ୍କୁ ଗାଳି ଦେଇଛନ୍ତି।
ଲେଖିଛନ୍ତି ଏମିତି କଥା
“ଇଚ୍ଛା ହେଉଛି ତତେ ଚପଲରେ ସେକିବାକୁ, ତୁ ମରିଯା ଭଲ ହେବ” ଭଳି ନକାରାତ୍ମକ କମେଣ୍ଟ ଦେଇଛନ୍ତି ଦର୍ଶକ।  ସେହିପରି ଜଣେ ଦର୍ଶକ ଏହାକୁ ଏକ ଦୁର୍ଘଟଣା ଓ ଏଥିରେ ଲିପନ୍‌ ଦୋଷୀ ନୁହଁନ୍ତି ବୋଲି ମଧ୍ୟ ଲେଖିଛନ୍ତି।

ହେଲେ ଆପଣ ଯଦି ଏ ଭିଡିଓ ଦେଖିବେ ତେବେ ନିଶ୍ଚିତ ଭାବେ ଭାବ ପ୍ରବଣ ହୋଇପଡିବେ। କାରଣ କ’ଣ ଜାଣନ୍ତି, ଏହି ଭିଡିଓରେ ଲିପନ୍‌ ଆଉ ନିକିତାଙ୍କ ବିବାହ କାର୍ଡ ରହିଛି। ଯେଉଁଥିରେ ସେମାନଙ୍କ ବାହାଘର ତାରିଖ ଓ ନିକ୍‌ ନେମ୍‌ ଲେଖାଅଛି, ୨୫ ନଭେମ୍ବର ୨୦୧୬ ଶୁକ୍ରବାର- Babu weds niki, କହିଲେ ଦେଖି ଏ ଡେଟ୍‌ ବର୍ଷେ ପରେ ପୁଣି ଆସିବ କିନ୍ତୁ ନିକିତା କ’ଣ ଫେରିବେ ?



from Odisha Reporter http://bit.ly/2H52RGA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages