ସିବିଆଇ ମୁଖ୍ୟ ପଦରୁ ବିଦା ହେବାପରେ ଇସ୍ତଫା ଦେଇଦେଲେ ଆଲୋକ ବର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ସିବିଆଇ ମୁଖ୍ୟ ପଦରୁ ବିଦା ହେବାପରେ ଇସ୍ତଫା ଦେଇଦେଲେ ଆଲୋକ ବର୍ମା

ନୂଆଦିଲ୍ଲୀ: ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା ଭାରତୀୟ ପୁଲିସ୍‌ ସେବାରୁ ଇସ୍ତଫା ଦେଇଛନ୍ତି। ଗତକାଲି ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ହାଇପାୱର ସିଲେକସନ୍ ପ୍ୟାନେଲ ସିବିଆଇ ମୁଖ୍ୟ ପଦରୁ ବିଦା କରିଦେଇଥିଲେ। ଏହାପରେ ତାଙ୍କୁ ଅଗ୍ନିଶମ, ସିଭିଲ ଡିଫେନ୍ସ ଓ ଗୃହରକ୍ଷୀ ଡିଜି କରାଯାଇଥିଲା। ହେଲେ ଏହା ତାଙ୍କ ପ୍ରତି ଏକ ଅପମାନ ବୋଲି ଅନୁଭବ କରି ଶ୍ରୀ ବର୍ମା ପୁଲିସ୍‌ ସେବାରୁ ଇସ୍ତଫା ଦେଇଛନ୍ତି।

ସେ କହିଛନ୍ତି, “ପ୍ରକୃତ ନ୍ୟାୟକୁ ଏଠାରେ ଶେଷ କରି ଦିଆଯାଇଛି। ଏହି ପ୍ରକ୍ରିୟାକୁ ଯଥାର୍ଥ ଦର୍ଶାଇବା ପାଇଁ ପୂରା ପ୍ରକ୍ରିୟାକୁ ଓଲଟପାଲଟ କରି ସିବିଆଇ ନିର୍ଦ୍ଦେଶକ ପଦରୁ ମୋତେ ହଟାଇ ଦିଆଯାଇଛି।”

୧୯୭୯ ବ୍ୟାଚ୍‌ର ଆଇପିଏସ୍‌ କ୍ୟାଡର ଆଲୋକ ବର୍ମା ସିବିଆଇର ୨୭ତମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେ ଦିଲ୍ଲୀ ପୁଲିସ୍‌ର କମିଶନର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୧୭ ଫେବୃଆରୀ ୧ରେ ତାଙ୍କୁ ସିବିଆଇ ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଥିଲା। ୨୦୧୯ ଜାନୁଆରୀ ୩୧ରେ ତାଙ୍କ କାର୍ଯ୍ୟକାଳ ସରୁଥିଲା। ହେଲେ ଏହାପୂର୍ବରୁ ହିଁ ହାଇପାୱାର ସିଲେକସନ୍‌ ପ୍ୟାନେଲ୍‌ ତାଙ୍କୁ ପଦରୁ ବେଦଖଲ କରିଥିଲେ। ତାଙ୍କ ନାଁରେ ଲାଞ୍ଚ ଓ ଦୁର୍ନୀତି ଭଳି ସାଂଘାତିକ ଅଭିଯୋଗ ଆସିଥିଲା।

ଶ୍ରୀ ବର୍ମା ଓ ତାଙ୍କ ଡେପୁଟି ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବାରୁ ଉଭୟଙ୍କୁ କେନ୍ଦ୍ର ସରକାର ଛୁଟିରେ ପଠାଇ ଦେଇଥିଲେ। ଦୀର୍ଘ ୭୭ ଦିନ ପରେ ବୁଧବାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀ ବର୍ମା ସିବିଆଇ ମୁଖ୍ୟ ପଦକୁ ଫେରିଥିଲେ। ହେଲେ ଗୁରୁବାର ହାଇପାୱାର ସିଲେକ୍ସନ୍‌ ପ୍ୟାନେଲ୍‌ ତାଙ୍କୁ ସିବିଆଇ ମୁଖ୍ୟ ପଦରୁ ବିଦା କରିଦେଇଥିଲା।

ତାଙ୍କ ନାଁରେ ମିଥ୍ୟା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି।



from Odisha Reporter http://bit.ly/2QEJkfF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages