ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିବା ପୂର୍ବରୁ ମିଳେ ଏହି ୫ଟି ଶୁଭ ସଙ୍କେତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିବା ପୂର୍ବରୁ ମିଳେ ଏହି ୫ଟି ଶୁଭ ସଙ୍କେତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆମ ଧର୍ମ ଶାସ୍ତ୍ରରେ ସମସ୍ତ ଶୁଭ ଓ ଅଶୁଭ ସଙ୍କେତ ସମ୍ପର୍କରେ ବିସ୍ତାର ଭାବେ କୁହାଯାଇଛି। ଜୀବନରେ ଘଟିବାକୁ ଥିବା ବିଭିନ୍ନ ଘଟଣା ପୂର୍ବରୁ ଏ ନେଇ କିଛି ସଙ୍କେତ ସଂପୃକ୍ତ ବ୍ୟକ୍ତିଙ୍କୁ ମିଳିଥାଏ। ଏହି ଅନୁସାରେ, ଧନର ଦେବୀ ମା’ ଲକ୍ଷ୍ମୀ ଆପଣଙ୍କ ପ୍ରତି କୃପା କରିବା ପୂର୍ବରୁ କିଛି ସଙ୍କେତ ବି ଦେଇଥା’ନ୍ତି।

ଆଜି ଆମେ ଆପଣଙ୍କୁ ଏଭଳି କିଛି ଶୁଭ ସଙ୍କେତ ସମ୍ପର୍କରେ ଜଣାଇବୁ, ଯାହା ମିଳିଲେ ଆପଣଙ୍କ ଉପରେ ଖୁବ୍‌ ଶୀଘ୍ର ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ନିଶ୍ଚୟ ପଡ଼ିବ ବୋଲି ଜାଣିବେ।

୧. ଯଦି ଆପଣ ରହୁଥିବା କିମ୍ବା ଚଳପ୍ରଚଳ କରୁଥିବା ସ୍ଥାନରେ ହଠାତ୍‌ ସବୁଜିମା ଭରିଯିବା ପରି ଦୃଶ୍ୟ ଦେଖାଯାଉଛି, ତେବେ ଏହା ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିବା ପୂର୍ବର ସଂକେତ ବୋଲି ଜାଣନ୍ତୁ।

୨. ଝାଡ଼ୁ ସହ ମା’ ଲକ୍ଷ୍ମୀଙ୍କର ଗଭୀର ସମ୍ପର୍କ ରହିଛି। ତେଣୁ ଯଦି ଆପଣ ଘରୁ ବାହାରିବା ବେଳେ କେହି ଝାଡ଼ୁ ମାରୁଥିବାର ଦୃଶ୍ୟ ଦେଖନ୍ତି, ତେବେ ଏହା ଏକ ଶୁଭ ସଙ୍କେତ।ଏହା ଆପଣଙ୍କୁ ଖୁବଶୀଘ୍ର ଧନୀ ହେବାର ସଙ୍କେତ ଦେଇଥାଏ।

୩. ସକାଳୁ ସକାଳୁ ଶଙ୍ଖ ଧ୍ୱନି ଶୁଣାଯିବା ଆପଣଙ୍କ ଘରକୁ ମା’ ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଦେଇଥାଏ। ଯଦି ଆପଣଙ୍କ ସହ ଏଭଳି ହେଉଛି, ତେବେ ବୁଝିଯାଆନ୍ତୁ ଯେ ଖୁବ୍‌ ଶୀଘ୍ର ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି।

୪. ସକାଳୁ ସକାଳୁ ଆଖୁ ଦେଖିବା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ। ଯଦି ଆପଣଙ୍କ ନଜର ସକାଳୁ ଆଖୁ ଉପରେ ପଡ଼େ, ତେବେ ଏହା ଆପଣଙ୍କ ସମସ୍ତ ଆର୍ଥିକ ସମସ୍ୟା ଦୂର ହେବାର ସ୍ପଷ୍ଟ ସଙ୍କେତ ଦେଇଥାଏ।

୫. ପେଚା ହେଉଛି ମା’ ଲକ୍ଷ୍ମୀଙ୍କ ବାହନ। ଏହା ଏତେ ସହଜରେ କାହାରିକୁ ଦେଖାଯାଏ ନାହିଁ। ପେଚାମାନେ ସାଧାରଣତଃ ରାତିର ଅନ୍ଧାରରେ ବାହାରି ଥା’ନ୍ତି। ତେଣୁ ଯଦି ସୌଭାଗ୍ୟବଶତଃ ଆପଣଙ୍କୁ କେଉଁଠି ପେଚା ଦୃଶ୍ୟମାନ ହେଉଛି, ତେବେ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ଅଛନ୍ତି ଓ ଆପଣଙ୍କ ଉପରେ ଖୁବ୍‌ ଶୀଘ୍ର ସେ କୃପା କରିବେ।



from Odisha Reporter http://bit.ly/2R4eVaV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages