
ବାଲିଗୁଡ଼ା(ଅଜିତ ନାୟକ): ପୁଣି ଜଣେ ନାବାଳିକା ଗର୍ଭବତୀ ହୋଇଛନ୍ତି। ଏ ଖବର ପୁଣି ସେହି କନ୍ଧମାଳ ଜିଲ୍ଲାରୁ ଆସିଛି, ଯେଉଁଠାରେ କିଛି ଦିନ ତଳେ ଏକ ସେବାଶ୍ରମ ସ୍କୁଲ୍ର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ କନ୍ୟା ସନ୍ତାନ ପ୍ରସବ କରିଥିଲେ।
ସଦ୍ୟ ଖବରଟି ହେଉଛି ଜଣେ ନାବାଳିକା ତାଙ୍କ ପ୍ରେମିକଙ୍କ ଦ୍ୱାରା ଗର୍ଭବତୀ ହୋଇଛନ୍ତି। ସେ ୩ ମାସ ଗର୍ଭବତୀ ଥିବା ନେଇ ଜାଣିବା ପରେ ଗତକାଲି ତାଙ୍କ ପ୍ରେମିକ ତାଙ୍କୁ ଗର୍ଭପାତ ପାଇଁ କିଛି ବଟିକା ଖାଇବାକୁ ଦେଇଥିଲେ। ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସନ୍ଧ୍ୟାରେ ତାଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବା କହି ଡାକ୍ତର ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇ ଦେଇଥିଲେ। ବର୍ତ୍ତମାନ ସେ ସେଠାରେ ଚିକିତ୍ସାଧୀନ ଅଛନ୍ତି।
ଏ ଘଟଣାରେ ନାବାଳିକାଙ୍କ ଘର ଲୋକେ ପୁଲିସ୍ ନିକଟରେ ଅଭିଯୋଗ କରି ନାହାନ୍ତି।
ଗତ କିଛି ଦିନ ମଧ୍ୟରେ ନାବାଳିକା ଗର୍ଭବତୀ ହେବା ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଖବର ଆସୁଛି। କେଉଁଠି ଷଷ୍ଠ ଶ୍ରେଣୀ ଛାତ୍ରୀ ତ କେଉଁଠି ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି। କନ୍ଧମାଳରେ ଯେଉଁ ଛାତ୍ରୀ କନ୍ୟା ସନ୍ତାନ ପ୍ରସବ କରିଥିଲେ, ସେ ଦୁଷ୍କର୍ମର ଶିକାର ହୋଇଥିଲେ। ତାଙ୍କ କନ୍ୟା ସନ୍ତାନର ମୃତ୍ୟୁ ଘଟିଛି।
from Odisha Reporter http://bit.ly/2WbtYDt
No comments:
Post a Comment