
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପଡ଼ୁଛି। କୁହୁଡ଼ି ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇଗଲେଣି। କୁହୁଡ଼ି ଯୋଗୁ ବିଶେଷ ଭାବେ ଗାଡ଼ି ଚଳାଚଳରେ ବାଧା ଉପୁଜୁଛି। ଏଥିଯୋଗୁ କିଛି ଦିନ ହେଲା ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି।
ଉପକୂଳରୁ ଆଭନ୍ତରୀଣ ଓଡ଼ିଶା, ସବୁଠି ଏବେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି। ଆସନ୍ତା ୨୫ ତାରିଖ ଯାଏ ସମାନ ପରିସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଓ କାଲି ୧୨ଟି ଜିଲ୍ଲା ପାଇଁ କୁହୁଡ଼ି ନେଇ ସତର୍କ ସୂଚନା ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ ଓ କନ୍ଧମାଳ।
ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏଣୁ ଲୋକେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରିବା ଉଚିତ୍।
୨୬ ଓ ୨୭ ତାରିଖରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
from Odisha Reporter http://bit.ly/2Wbu2mH
No comments:
Post a Comment