ଭିସୁଟରେ ପ୍ରତିଷ୍ଠା ହେବ ମହାକାଶ ପ୍ରଯୁକ୍ତି ଇନ୍‌କ୍ୟୁବେସନ କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ଭିସୁଟରେ ପ୍ରତିଷ୍ଠା ହେବ ମହାକାଶ ପ୍ରଯୁକ୍ତି ଇନ୍‌କ୍ୟୁବେସନ କେନ୍ଦ୍ର

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ସଫଳ ହୋଇଛି ପରିଶ୍ରମ। ସାଧନାକୁ ମିଳିଛି ସ୍ୱୀକୃତି। ବୁର୍ଲା ଭିସୁଟରେ ଖୁବ୍‌ଶୀଘ୍ର ପ୍ରତିଷ୍ଠା କରାଯିବ ମହାକାଶ ପ୍ରଯୁକ୍ତି ଇନକ୍ୟୁବେସନ କେନ୍ଦ୍ର। ଭିସୁଟ ଛାତ୍ରଛାତ୍ରୀଙ୍କ ପ୍ରଯୁକ୍ତି ଜ୍ଞାନକୌଶଳର ଉପଯୋଗ କରି ଭି.ଏସ.ଏଲ.ଭି ରକେଟ ନିର୍ମାଣ ଓ ପରୀକ୍ଷଣରେ ପାଇଥିବା ସଫଳତାକୁ ନେଇ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) କର୍ତ୍ତୃପକ୍ଷ ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ସ୍ୱରୂପ ମହାକାଶ ଗବେଷଣା ଲ୍ୟାବ ପ୍ରତିଷ୍ଠା ପାଇଁ ସମ୍ମତି ପ୍ରଦାନ କରିଛନ୍ତି ଇସ୍ରୋ ଚେୟାରମ୍ୟାନ। ଏହା ପରେ ଭିସୁଟ୍‌ର ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି।

ଭିସୁଟର କେତେକ ଉତ୍ସାହୀ ଛାତ୍ରଛାତ୍ରୀ ୨ ବର୍ଷ ତଳେ ରକେଟ ନିର୍ମାଣ ନେଇ ଗବେଷଣା ଆରମ୍ଭ କରିଥିଲେ। ଇଣ୍ଟରନେଟରୁ ରକେଟ ନିର୍ମାଣ ସମ୍ବନ୍ଧୀୟ ଜ୍ଞାନ କୌଶଳ ଆହରଣ କରବା ପରେ ଆରମ୍ଭ କରିଥିଲେ ନିର୍ମାଣ କାମ। ରକେଟ ତିଆରି ଓ ପରୀକ୍ଷଣ ସମୟରେ କେତେବେଳେ ସଫଳ ହେଉଥିଲେ ତ ଆଉ କେତେବେଳେ ବିଫଳ। ତଥାପି ନିରାଶ ହୋଇନଥିଲେ ଛାତ୍ରଛାତ୍ରୀ।

ଗତ ୨ ବର୍ଷ ଭିତରେ ୫ ଟି ରକେଟର ପରୀକ୍ଷଣରେ ସଫଳ ହୋଇଥିଲେ ଛାତ୍ରଛାତ୍ରୀ। ଆଗକୁ ସେମାନେ ୪୦ କିଲୋମିଟର ଦୂରତା ଲକ୍ଷ୍ୟଭେଦ କରିବାର ଯୋଜନା ରଖିଛନ୍ତି। ବିଶେଷ କରି ରକେଟ ଉତ୍‌କ୍ଷେପଣ କରି ହୀରାକୁଦ ଡ୍ୟାମରେ ପଟୁମାଟି କେତେ ଜମା ହୋଇଛି ତାହା ଉପରେ ଗବେଷଣା କରିବେ ବୋଲି କହିଛନ୍ତି ଛାତ୍ରଛାତ୍ରୀ।

ଭିସୁଟ୍‌ର ଛାତ୍ରଛାତ୍ରୀଙ୍କ ଏଭଳି ସଫଳତାକୁ ନେଇ ଇସ୍ରୋ କର୍ତ୍ତୃପକ୍ଷ ସନ୍ତୋଷ ପ୍ରକାଶ କରିଛନ୍ତି। ଇସ୍ରୋ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ୟାକେଜ ସ୍ୱରୂପ, ଭିସୁଟ୍‌ରେ ମହାକାଶ ଗବେଷଣା ଲ୍ୟାବ ପ୍ରତିଷ୍ଠା ପାଇଁ ଇସ୍ରୋ ଅଧ୍ୟକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଏଥିପାଇଁ ଇସ୍ରୋ ୫୦ଲକ୍ଷ ଟଙ୍କା ଓ ପ୍ରଯୁକ୍ତି ଜ୍ଞାନ କୌଶଳ ଯୋଗାଇବ। ଆନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ଏଭଳି ପ୍ରୟାସକୁ ନେଇ କୁଳପତି ମଧ୍ୟ ଆନନ୍ଦ ପ୍ରକାଶ କରିଛନ୍ତି। ଖୁବଶୀଘ୍ର ଇନ୍‌କ୍ୟୁବେସନ କେନ୍ଦ୍ର ନିର୍ମାଣ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ ଏବଂ ଏଥିପାଇଁ ଯାହା ଟଙ୍କା ଖର୍ଚ୍ଚ ହେବ, ଭିସୁଟ୍‌ ବହନ କରିବ ବୋଲି କୁଳପତି ଅଟଳ ଚୌଧୁରୀ କହିଛନ୍ତି।



from Odisha Reporter http://bit.ly/2RsESGc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages