ପ୍ରଧାନମନ୍ତ୍ରୀଙ୍କ ହେଲିପ୍ୟାଡକୁ ନେଇ ଅପପ୍ରଚାର ଚାଲିଛି: ଧର୍ମେନ୍ଦ୍ର ପ୍ରଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ପ୍ରଧାନମନ୍ତ୍ରୀଙ୍କ ହେଲିପ୍ୟାଡକୁ ନେଇ ଅପପ୍ରଚାର ଚାଲିଛି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଲାଙ୍ଗୀର ଗସ୍ତକୁ ନେଇ ଯେଉଁମାନେ ଭୟଭୀତ ହୋଇପଡ଼ିଛନ୍ତି ସେମାନେ ଡିଏଫଓଙ୍କ ଭଳି ଭଡ଼ାଟିଆଙ୍କୁ ଲଗାଇ ଅପପ୍ରଚାର କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର କେଉଁଠି ଓହ୍ଲାଇବ ଏହା ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି କରେ। ଡିଏଫଓ କଣ ଏସପି ଓ କଲେକ୍ଟରଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଗରିବ ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ବିଅର ଫ୍ୟାକ୍ଟ୍ରି ପାଇଁ ସରକାର ହଜାର ହଜାର ଗଛ କଟାଇଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ଭୟଭୀତ ହୋଇ ସେମାନେ ଏପରି ଅପପ୍ରଚାର କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।



from Odisha Reporter http://bit.ly/2FvGEzl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages