
ଇନ୍ଦୋର: ଜଣେ ବିଜେପି ନେତା ଏବଂ ତାଙ୍କର ୩ ପୁଅଙ୍କ ସମେତ ୫ ଜଣ ବ୍ୟକ୍ତି ସିନେମା ଷ୍ଟାଇଲ୍ରେ ଜଣେ ୨୨ ବର୍ଷ ବୟସ୍କ ମହିଳାଙ୍କର ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ସୂଚନା ଅନୁଯାୟୀ ଏହା ୨୦୧୫ ମସିହାରେ ରିଲିଜ୍ ହୋଇଥିବା ଅଜୟ ଦେବଗନ୍ଙ୍କ ଏକ ଫିଲ୍ମ ‘ଦୃଶ୍ୟମ୍’ ଦ୍ୱାରା ଅନୁପ୍ରାଣିତ ହୋଇଛି।
ଇନ୍ଦୋର ଡିଆଇଜି ହରିନାରାୟନ୍ଚାରି ମିଶ୍ରାଙ୍କ କହିବା ଅନୁଯାୟୀ, ଜଗଦୀଶ କରୋଟିଆ ଓରଫ୍ କାଲୁ ପହଲୱାନ୍ ଏବଂ ତା’ର ୩ ପୁଅ ଅଜୟ, ବିଜୟ ଓ ବିନୟ ଏବଂ ସହଯୋଗୀ ନୀଲେଶ କାଶ୍ୟପ ଏହି କାଣ୍ଡ ଭିଆଇଛନ୍ତି। ସେମାନେ ଟ୍ୱିଙ୍କିଲ୍ ଡାଗ୍ରେଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଛନ୍ତି।
ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ଏକ ପାରିବାରିକ ସମସ୍ୟା ପାଇଁ କରୋଟିଆ ଏବଂ ତାଙ୍କ ପୁଅମାନେ ଟ୍ୱିଙ୍କିଲ୍ଙ୍କୁ ମାରିବାକୁ ଯୋଜନା କରିଥିଲେ ଏବଂ ଏହାପରେ ୨୦୧୬ ମସିହା ଅକ୍ଟୋବର ୧୬ ତାରିଖରେ ତାଙ୍କୁ ହତ୍ୟା କରିବା ସହିତ ପୋଡ଼ି ଦେଇଥିଲେ। ଯେଉଁଠାରେ ତାଙ୍କୁ ପୋଡ଼ାଯାଇଥିଲା ସେଠାରୁ ବ୍ରେସ୍ଲେଟ୍ ଓ ଅନ୍ୟ ଅଳଙ୍କାର ମିଳିଥିଲା। ଏହାର ଭିତ୍ତିରେ ୫ଜଣଙ୍କୁ ଗିରଫ କରାଯାଇଥିଲା।
ପୁଲିସ୍ ଏହି ମାମଲା ବାବଦରେ ଆହୁରି ମଧ୍ୟ କହିଛି, “ସେମାନେ ଯୋଜନା ବନାଇବା ଆଗରୁ ‘ଦୃଶ୍ୟମ୍’ ଫିଲ୍ମ ଦେଖିଥିଲେ। ଏହି ଫିଲ୍ମର ଏକ ଦୃଶ୍ୟ ଅନୁଯାୟୀ ସେମାନେ ଗୋଟିଏ ଜାଗାରେ କୁକୁରଟିଏ ପୋତିଦେଇଥିଲେ। ଏହାପରେ ଅପପ୍ରଚାର କରିଥିଲେ ଯେ ସେଠାରେ ମଣିଷର ମୃତଦେହ ପୋତାଯାଇଛି।”
ପୁଲିସ୍ ସେହିସ୍ଥାନ ଖୋଳିବାରୁ ସେଠାରୁ କୁକୁରର ମୃତଦେହ ମିଳିଥିଲା। ଏହା ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିଥିଲା। ଅଭିଯୁକ୍ତମାନଙ୍କର ବିଭିନ୍ନ ବୈଜ୍ଞାନିକ ପରୀକ୍ଷା ଏବଂ ବ୍ରେନ୍ ମ୍ୟାପିଂ କରାଯିବା ପରେ ବର୍ତ୍ତମାନ ମଧ୍ୟ ଏହି ହତ୍ୟା ଘଟଣାର ତଦନ୍ତ ଚାଲୁ ରହିଛି।
from Odisha Reporter http://bit.ly/2Chha5x
No comments:
Post a Comment