୯୦ ରନ୍‌ରେ ହାରିଲା ନ୍ୟୁଜିଲ୍ୟାଣ୍ଡ, ଭାରତ ୨-୦ରେ ଆଗୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

୯୦ ରନ୍‌ରେ ହାରିଲା ନ୍ୟୁଜିଲ୍ୟାଣ୍ଡ, ଭାରତ ୨-୦ରେ ଆଗୁଆ

india

ମାଉଣ୍ଟ ମାଙ୍ଗାନୁଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ମାଉଣ୍ଟ ମାଙ୍ଗାନୁଇରେ ୫ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଖେଳା ଯାଇଥିଲା। ଏଥିରେ ଭାରତ ୯୦ ବିଜୟୀ ହୋଇଛି। ଏହା ସହିତ ଦଳ ସିରିଜ୍‌ରେ ୨-୦ରେ ଆଗୁଆ ହୋଇଯାଇଛି।

ଭାରତ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୫୦ ଓଭରରେ ଦଳ ୪ ୱିକେଟ୍ ହରାଇ ୩୨୪ ରନ୍ କରିଥିଲା।

ତେବେ ୩୨୫ରନ୍‌ର ଟାର୍ଗେଟ୍‌କୁ ପିଛା କରି ନ୍ୟୁଜିଲ୍ୟାଣ୍ଡ ଟିମ୍‌ ୪୦.୨ ଓଭରରେ ୨୩୪ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ଡଗ୍ ବ୍ରାସ୍‌ୱେଲ୍‌ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ଖେଳାଳି କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ। ସେ ୪୬ ବଲ୍‌ରୁ ୫୭ ରନ୍ କରିଥିଲେ।

ଓପନର ମାର୍ଟିନ୍ ଗପ୍‌ଟିଲ୍‌ ୧୫ ରନ୍ କରିଥିବା ବେଳେ କୋଲିନ୍ ମୁନ୍‌ରୋ ୩୧, ଅଧିନାୟକ କେନ୍ ୱିଲିଆମ୍‌ସନ୍ ୨୦, ରସ୍ ଟେଲର ୨୨, ଟୋମ୍ ଲାଥମ ୩୪ ଓ ହେନ୍‌ରୀ ନିକୋଲ୍‌ସ ୨୮ ରନ୍ କରିଥିଲେ।

ଭାରତ ପକ୍ଷରୁ କୁଲ୍‌ଦୀପ ଯାଦବ ୪ଟି ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର ୨ଟି, ୟୁଜଭେନ୍ଦ୍ର ଚହଲ ୨ଟି, ମହମ୍ମଦ ଶାମି ଓ କେଦାର ଯାଦବ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭ ବହୁତ ବଢ଼ିଆ ରହିଥିଲା। ରୋହିତ ଶର୍ମା ଓ ଶିଖର ଧୱନ ଯୋଡ଼ି ପ୍ରଥମ ୱିକେଟ୍ ପାଇଁ ୨୫.୨ ଓଭରରେ ୧୫୪ ରନ୍ କରିଥିଲେ।

ରୋହିତ ୮୭ ରନ୍‌ (୯୬ ବଲ୍, ୯ ଚୌକା, ୩ ଛକା) କରିଥିବା ବେଳେ ଧୱନ ୬୬ (୬୭ ବଲ୍‌, ୯ ଚୌକା) କରିଥିଲେ। ବିରାଟ କୋହଲି ୪୫ଟି ବଲ୍‌ରୁ ୫ଟି ଚୌକା ସହାୟତାରେ ୪୩ ରନ୍ କରି ଆଉଟ୍ ହୋଇଥିଲେ। ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନି ୪୮ ରନ୍ କରି ଅପରାଜିତ ରହିଥିବା ବେଳେ ଅମ୍ବାତି ରାୟୁଡୁ ୪୭ ରନ୍ କରିଥିଲେ। କେଦାର ଯାଦବ ୨୨ ରନ୍ କରି ଅପରାଜିତ ରହିଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଲୋକି ଫର୍ଗୁସନ୍‌ ଓ ଟ୍ରେଣ୍ଟ୍ ବୋଲ୍ଟ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ସିରିଜ୍‌ର ତୃତୀୟ ମ୍ୟାଚ୍‌ ୨୮ ତାରିଖରେ ଖେଳାଯିବ।



from Odisha Reporter http://bit.ly/2DBbEfR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages