
ଆଡେଲେଡ୍: ଅଷ୍ଟ୍ରେଲିଆ ମାଟିରେ ପୁଣି କମାଲ କରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି। ଆଡେଲେଡ୍ରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ବିରାଟ୍ ଶତକ ହାସଲ କରିଛନ୍ତି। ସେ ୧୦୮ଟି ବଲ୍ରେ ନିଜର ଶତକ ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟର୍ର ୩୯ତମ ଶତକ। ଆଜିର ଶତକୀୟ ପାଳିରେ ବିରାଟ୍ ୫ଟି ଚୌକା ଓ ୨ଟି ଛକା ମାରିଛନ୍ତି। ଏହା ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟ୍ଙ୍କ ୬ଷ୍ଠ ଶତକ। ସେହିପରି ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ୬୪ତମ ଶତକ।
ମ୍ୟାଚ୍ କଥା ବିଚାରକୁ ନେଲେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ରେ ୨୯୮ ରନ୍ କରିଛି। ୨୯୯ ରନ୍ ଟାର୍ଗେଟର ପିଛା କରୁଥିବା ଭାରତ ୪୩ ଓଭର୍ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୨୩୮ ରନ୍ କରିଛି। ଏବେ ବି ମ୍ୟାଚ୍ ଜିତିବାକୁ ଦଳକୁ ୬୧ ରନ୍ର ଆବଶ୍ୟକ ରହିଛି। ସୂଚନାଯୋଗ୍ୟ, ଭାରତ ୩ଟିକିଆ ସିରିଜ୍ରେ ୧-୦ରେ ପଛରେ ରହିଛି। ତେଣୁ ଏହି ମ୍ୟାଚ୍ ଜିତି ସିରିଜ୍କୁ କମ୍ ବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି।
from Odisha Reporter http://bit.ly/2QP1XO8
No comments:
Post a Comment