
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତିକ ଉଷ୍ମତା ସେତିକି ବୃଦ୍ଧି ପାଉଛି। ତେବେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ରାଜନୈତିକ ଦଳ ଉଦ୍ୟମ କରୁଥିବା ବେଳେ କେନ୍ଦ୍ରରେ କ୍ଷମତାଧୀନ ଥିବା ମୋଦି ସରକାରଙ୍କ କ୍ଷେତ୍ରରେ ଅଧିକ ତତ୍ପରତା ଦେଖିବାକୁ ମିଳୁଛି। ନିର୍ବାଚନ ପୂର୍ବରୁ ସାଧାରଣ ଜନତାଙ୍କୁ ମୋଦି ସରକାର ଏକ ବଡ଼ ଉପହାର ଭେଟି ଦେବାକୁ ଯୋଜନା କରୁଛନ୍ତି। ଯେମିତି ଏହାର ସିଧା ଫାଇଦା ଲୋକଙ୍କ ପାଖରେ ପହଞ୍ଚିପାରିବ। ଫେବୃଆରୀ ୧ରେ ବଜେଟ୍ ଉପସ୍ଥାପନ ହେବାକୁ ଥିବା ବେଳେ କେନ୍ଦ୍ର ସରକାର ଆୟକର ସୀମା ବୃଦ୍ଧି ନେଇ ବିଚାର କରୁଥିବା କୁହାଯାଉଛି। ଯେଉଁମାନଙ୍କର ବାର୍ଷିକ ଆୟ ୫ ଲକ୍ଷ ଟଙ୍କା ଏହାର ସିଧା ଫାଇଦା ସେମାନଙ୍କୁ ମିଳିବ।
ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଫେବୃଆରୀ ୧ରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏଥିରେ ମଧ୍ୟମ ବର୍ଗଙ୍କୁ ଆୟକରରୁ ମୁକ୍ତି ଦେବାକୁ ସରକାର ଚିନ୍ତା କରୁଛନ୍ତି। ଯଦି ସରକାର ଆୟକର ସୀମା ବୃଦ୍ଧି କରନ୍ତି ତେବେ ବାର୍ଷିକ ୨.୫ ଲକ୍ଷ ଟଙ୍କା ଠାରୁ ୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ଏହି ଝିନ୍ଝିଟ୍ରୁ ମୁକ୍ତି ମିଳିବ। କୁହାଯାଉଛି ଆୟକର ସୀମାକୁ ସରକାର ୨ ଗୁଣ ବୃଦ୍ଧି କରିପାରନ୍ତି। ଏବେ ଯେଉଁମାନଙ୍କର ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କା ରହିଛି ସେମାନେ ଆୟକର ସ୍ଲାବ୍ରେ ସାମିଲ ନାହାନ୍ତି। ଅର୍ଥାତ ସେମାନଙ୍କୁ ଟିକସ ଦେବାକୁ ପଡ଼ୁ ନାହିଁ। ହେଲେ ୨.୫ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିକୁ ବାର୍ଷିକ ୫ ପ୍ରତିଶତ ଆୟକର ଦେବାକୁ ପଡ଼ୁଛି। ସେହିପରି ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ, ୧୦ ଲକ୍ଷରୁ ଅଧିକ ଆୟକାରୀଙ୍କ ପାଇଁ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ୁଛି। ଏହାବାଦ୍ ଯେଉଁମାନଙ୍କର ବୟସ ୮୦ ବର୍ଷରୁ ଅଧିକ ସେମାନଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ମିଳୁଛି।
ଏବେ ସରକାର ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ଆୟକରରୁ ମୁକ୍ତି ଦେଇପାରନ୍ତି। ସେହିପରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତି ବର୍ଷକୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ମେଡିକାଲ ଖର୍ଚ୍ଚ, ୧୯,୨୦୦ ଟଙ୍କା ଟିଏ ପାଇଁ ରିହାତି ପାଉଥିଲେ। ଏବେ ଏ ବାବଦରେ ୨୦,୦୦୦ ଟଙ୍କା ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଏଥିସହ ମୋଦି ସରକାର ମଧ୍ୟମବର୍ଗଙ୍କୁ ନଜରରେ ରଖି ଟ୍ୟାକ୍ସ ସ୍ଲାବ୍ରେ ମଧ୍ୟ ବିରାଟ ପରିବର୍ତ୍ତନ କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି।
from Odisha Reporter http://bit.ly/2spCnFK
No comments:
Post a Comment