ଡଃ ମହତାବଙ୍କ ବିରଳ ତଥ୍ୟ ଓ ଫଟୋଚିତ୍ର ଉନ୍ମୋଚନ କଲେ ରାଜ୍ୟପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ଡଃ ମହତାବଙ୍କ ବିରଳ ତଥ୍ୟ ଓ ଫଟୋଚିତ୍ର ଉନ୍ମୋଚନ କଲେ ରାଜ୍ୟପାଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଣ୍ଡନରୁ ଆସିଥିବା ଡଃ. ହରେକୃଷ୍ଣ ମହତାବଙ୍କ ବିରଳ ଫଟୋଚିତ୍ର ସମ୍ବଳିତ ଏକ ସ୍ୱତନ୍ତ୍ର ଟେବୁଲ କ୍ୟାଲେଣ୍ଡର “Truly International”କୁ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ରାଜଭବନଠାରେ ଉନ୍ମୋଚନ କରିଛନ୍ତି । ଏହି ବିରଳ ଟେବୁଲ କ୍ୟାଲେଣ୍ଡରରେ ଥିବା ନୂତନ ତଥ୍ୟ ସହ ଫଟୋଚିତ୍ର ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଡଃ. ମହତାବ୍ ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ସହ ଦୁଇମାସ ବିତାଇବା କାଳର ଫଟୋଚିତ୍ର, ଜନ ଏଫ କେନେଡି, ଇଂଲଣ୍ଡର ରାଣୀ ଏଲିଜାବେଥ ଦୁଇ, ମହାତ୍ମାଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ସୀମାନ୍ତଗାନ୍ଧୀ ଖାଁ ଅବଦୁଲ ଗଫର ଖାଁ, ମୌଲାନା ଆଜାଦ୍, ସର୍ଦ୍ଦାର ପଟେଲଜୀ, ଉକ୍ରଳମଣି ଗୋପବନ୍ଧୁ, ପଣ୍ଡିତ ନେହରୁ, କୄଶ୍ଚେଭ, ତାଇଜୋ ଇସିଜାକୋ, ମହାମାନ୍ୟ ଫୁଜି ଇତ୍ୟାଦିଙ୍କ ସହ ବହୁ ବିରଳ ଫଟୋଚିତ୍ର ଓ ତଥ୍ୟ ଏଥିରେ ସ୍ଥାନ ପାଇଛି।

ଲଣ୍ଡନଠାରେ ହାଉସ ଅଫ ପାର୍ଲିଆମେଣ୍ଟରେ ଡାଇରେକ୍ଟର ଅଫ ଟେକ୍ନିକାଲ ସର୍ଭିସେସ ଭାବେ ଅବସ୍ଥାପିତ ଓଡ଼ିଆ ଯୁବ ବୈଜ୍ଞାନିକ ଇଂ.ଶାନ୍ତନୁ ଦାସଙ୍କ ଦ୍ୱାରା ସଂକଳିତ ଏହି ଟେବୁଲ କ୍ୟାଲେଣ୍ଡରଟି ତଥ୍ୟଭିତ୍ତିକ ଏବଂ ଉପାଦେୟ ଭାବେ ବେଶ ଆଦୃତ ହୋଇପାରିବ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି। ଏହିପରି ଓଡ଼ିଶାର ବରପୁତ୍ରମାନଙ୍କର ତଥ୍ୟ ସହ ଫଟୋ ସମ୍ବଳିତ ବିଭିନ୍ନ ପ୍ରକାଶନ ଯୁବପିଢ଼ି ଓ ଉତ୍ତରପୁରୁଷଙ୍କୁ ଅନୁପ୍ରେରିତ ତଥା ଦେଶପ୍ରେମରେ ଉଦବୁଦ୍ଧ କରିବାରେ ସମର୍ଥ ହୋଇପାରିବ। ଏହି ଅବସରରେ ଚିନ୍ତା ଓ ଚେତନାର ମହାସଚିବ ସୁରେନ୍ଦ୍ର ଦାସ ଉପସ୍ଥିତ ଥିଲେ।



from Odisha Reporter http://bit.ly/2RwrIY3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages