ଶନ୍‌ ମାଇକେଲ୍‌ଙ୍କ କିପ୍-ଅପ୍‌ ନକଲ କଲେ ରିଷଭ ପନ୍ତ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ଶନ୍‌ ମାଇକେଲ୍‌ଙ୍କ କିପ୍-ଅପ୍‌ ନକଲ କଲେ ରିଷଭ ପନ୍ତ, ଦେଖନ୍ତୁ ଭିଡିଓ

ସିଡ୍‌ନୀ:ଟିମ୍‌ ଇଣ୍ଡିଆର ୱିକେଟ୍‌କିପର ରିଷଭ ପନ୍ତଙ୍କ ଅଷ୍ଟ୍ରେଲିଆ ଗସ୍ତ ବେଶ ଘଟଣାବହୁଳ ରହିଛି। ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ଙ୍କ ସହ ଯୁକ୍ତିତର୍କ କରି ପୂର୍ବରୁ ଚର୍ଚ୍ଚାରେ ଥିବା ପନ୍ତ ଆଜି ୪ର୍ଥ ଟେଷ୍ଟ୍‌ରେ ରେକର୍ଡ ଶତକ କରି ଏକାଧିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତେବେ ପଡ଼ିଆ ମଝିରେ ପନ୍ତଙ୍କ ଏକ ଅଜବ ପ୍ରଦର୍ଶନ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହୋଇଛି। ଏହି ଭିଡିଓରେ ପନ୍ତ ଡବ୍ଲ୍ୟୁଡବ୍ଲ୍ୟୁ ସୁପରଷ୍ଟାର ଶନ୍‌ ମାଇକେଲ୍‌ଙ୍କ ପ୍ରସିଦ୍ଧ ‘କିପ୍-ଅପ୍‌’ (kip-up)ଏକ୍ସରସାଇଜ କରୁଥିବା ଦେଖିବାକୁ ମିଳିଛି।

ପନ୍ତ ଆଜି ୧୫୯ ରନ୍‌ର ଅପରାଜିତ ଇନିଂସ୍‌ ଖେଳି ସାମାନ୍ୟ ଥକି ଯାଇଥିଲେ। ଏହି ସମୟରେ ଡ୍ରିଙ୍କ୍ସ ବ୍ରେକ୍‌ ସମୟରେ ତଳେ ଶୋଇ ପନ୍ତ ଥକ୍କା ମେଣ୍ଟାଉଥିବା ବେଳେ ହଠାତ୍‌ କିପ୍-ଅପ୍‌ ଷ୍ଟାଇଲ୍‌ରେ ଉଠିଥିଲେ। ଅର୍ଥାତ ହାତ ବ୍ୟବହାର ନକରି କେବଳ ଗୋଡ଼ ସାହାଯ୍ୟରେ ସ୍ପ୍ରିଙ୍ଗ ଆକ୍ସନରେ ଉଠି ଛିଡ଼ା ହୋଇଥିଲେ।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2Qoys5J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages