ସାଙ୍ଗକୁ ମାରି ୪୦୦ ଖଣ୍ଡ କରିଦେଲା: ପ୍ରମାଣ ନଷ୍ଟ ପାଇଁ କରିଥିଲା ଏମିତି ଯୋଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ସାଙ୍ଗକୁ ମାରି ୪୦୦ ଖଣ୍ଡ କରିଦେଲା: ପ୍ରମାଣ ନଷ୍ଟ ପାଇଁ କରିଥିଲା ଏମିତି ଯୋଜନା

murder

ମୁମ୍ବାଇ: ମୁମ୍ବାଇର ଜଣେ ବ୍ୟକ୍ତି ମାତ୍ର ୬୦ ହଜାର ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିବା ସହ ମୃତଦେହକୁ ୪୦୦ ଖଣ୍ଡ କରି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି। ମୃତଦେହରୁ ମାଂସକୁ କାଟି ଛୋଟ ଛୋଟ ଖଣ୍ଡ କରିବା ପରେ ପାଇଖାନା ଫ୍ଲଶରେ ପକାଇ ଦେଇଥିଲା। ଏହାପରେ ମୁଣ୍ଡ ଓ ହାଡକୁ ଏକ ଥଳିରେ ଭରି ଭାଇନ୍ଦରର ଖାଇରେ ପକାଇ ଦେଇଥିଲା। ଅଭିଯୁକ୍ତ ଜଣଙ୍କ ରହୁଥିବା ସୋସାଇଟିର ପାଇଖାନା ଚ୍ୟାମ୍ବରରୁ ଗନ୍ଧ ବାହାରିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।

ଅଭିଯୁକ୍ତ ଜଣଙ୍କ ହେଲେ ପିଣ୍ଟୁ କିଶାନ ଶର୍ମା (୪୦)। ପଚରାଉଚରା ବେଳେ ସେ ହତ୍ୟା କରିଥିବା ସ୍ୱୀକାର କରିବା ପରେ ପୁଲିସ୍‌ ତାକୁ ଗିରଫ କରିଛି।

ହତ୍ୟା ପଛରେ ଟଙ୍କା

ପୁଲିସ୍‌ ସୂଚନା ଅନୁସାରେ, ପିଣ୍ଟୁ ଗ୍ଲୋବାଲ ସିଟି ଅଞ୍ଚଳର ୬୦୨ ନମ୍ବର ଫ୍ଲାଟ୍‌ରେ ରୁହେ। କିଛିଦିନ ହେବ ସେ ଏହି ଘର ଭଡ଼ାରେ ନେଇଥିଲା। ମୀରା ରୋଡ଼ର ସେକ୍ଟର-୯ରେ ରହୁଥିବା ତା’ସାଙ୍ଗ ଗଣେଶ ବିଟ୍ଟଲ କୋଲଟକର (୫୮) ତା’ ପାଖରୁ ୧ ଲକ୍ଷ ଟଙ୍କା ଋଣ ନେଇଥିଲେ। ସେ ୪୦ ହଜାର ଟଙ୍କା ଫେରାଇଥିବା ବେଳେ ବାକି ୬୦ ହଜାର ଟଙ୍କା ଫେରାଇବାକୁ ତୁ ତୁ ମେଁ ମେଁ କରୁଥିଲେ।

ଏମିତି ଥିଲା ହତ୍ୟା ଯୋଜନା

ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ବଢ଼ି ଯାଇଥିଲା ଓ ଦିନେ ଝଗଡ଼ା ହୋଇଥିଲା। ଏହାପରେ ପିଣ୍ଟୁ, ଗଣେଶଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ଯୋଜନା ମୁତାବକ ସେ ଗଣେଶଙ୍କୁ ଏକୁଟିଆ ସ୍ଥାନକୁ ଡକାଇଥିଲା। ସେଠାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ସେ ଗଣେଶଙ୍କୁ ହତ୍ୟା କରିଥିଲା।

ପ୍ରମାଣ ନଷ୍ଟ ପାଇଁ ମାଷ୍ଟରପ୍ଲାନ 

ଅପରାଧ ଲୁଚାଇବାକୁ ପିଣ୍ଟୁ ଗ୍ଲୋବଲ ସିଟିରେ ଗୋଟିଏ ଘର ଭଡ଼ାରେ ନେଇଥିଲା। ଉକ୍ତ ଘରକୁ ସେ ଗଣେଶଙ୍କ ଶବ ନେଇ ଧାରୁଆ ଅସ୍ତ୍ରରେ ଛୋଟ ଛୋଟ କରି କାଟିଥିଲା। ପରେ ଏହାକୁ ପାଇଖାନା ଫ୍ଲଶରେ ପକାଇ ବାରମ୍ବାର ଫ୍ଲଶ୍ କରି ଦେଇଥିଲା। ହେଲେ ଏତେ ସଂଖ୍ୟାରେ ମାଂସ ଟୁକୁରା ଡ୍ରେନେଜ୍‌ ପାଇପ୍‌ରେ ଯାଇ ନ ପାରି ଫସି ଯାଇଥିଲା।

ଡ୍ରେନେଜ୍‌ ପାଇପ୍‌ରୁ ଗନ୍ଧ ବାହାରିବାରୁ ସୋସାଇଟିର କର୍ମକର୍ତ୍ତା ଏହାକୁ ସଫା କରିବାକୁ ୨ ଜଣ ଶ୍ରମିକଙ୍କୁ ଡକାଇଥିଲେ। ସଫେଇ ବେଳେ କିଛି ମାଂସ ଟୁକୁରା ବାହାରିଥିଲା, ତେବେ ଏହା ଚିକେନ୍‌ ହୋଇଥାଇ ପାରେ ଭାବି ଶ୍ରମିକମାନେ କାମରେ ଲାଗି ଯାଇଥିଲେ। ହେଲେ ଆଗକୁ ଆଗକୁ ଅଧିକ ମାଂସ ଟୁକୁରା ବାହାରିଥିଲା। ଏହାକୁ ନେଇ ଶ୍ରମିକ ଓ ସୋସାଇଟିର କର୍ମକର୍ତ୍ତାଙ୍କ ମନରେ  ସନ୍ଦେହ ସୃଷ୍ଟି ହୋଇଥିଲା। ଏହି ସମୟରେ ଡ୍ରେନେଜ୍‌ ପାଇପ୍‌ରୁ ଗଣେଶଙ୍କ କଟା ଆଙ୍ଗୁଳି ବାହାରିଥିଲା। ଏହାପରେ ସୋସାଇଟିର କର୍ମକର୍ତ୍ତା ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିଲା। ଯାଞ୍ଚ କରି ପୁଲିସ୍‌ ପିଣ୍ଟୁ ପାଖରେ ପହଞ୍ଚି ଯାଇଥିଲା। ପଚରାଉଚରା ପରେ ସେ ଗଣେଶଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା ପୁଲିସ୍‌ କହିଛି।



from Odisha Reporter http://bit.ly/2UdOv8G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages