ଦିନେ ଥିଲେ ଆତଙ୍କବାଦୀ, ଜାନୁଆରୀ ୨୬ରେ ପାଇବେ ‘ଅଶୋକ ଚକ୍ର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଦିନେ ଥିଲେ ଆତଙ୍କବାଦୀ, ଜାନୁଆରୀ ୨୬ରେ ପାଇବେ ‘ଅଶୋକ ଚକ୍ର’

Nazir-Ahmed

ନୂଆଦିଲ୍ଲୀ: ଦିନେ ସେ ଥିଲେ ଆତଙ୍କବାଦୀ। ଏମିତି କାମ କରିଗଲେ ଭାରତ ସରକାର ତାଙ୍କୁ ବୀରତା ପୁରସ୍କାର ‘ଅଶୋକ ଚକ୍ର’ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛନ୍ତି। ଆସନ୍ତା ଜାନୁଆରୀ ୨୬ ତାରିଖରେ ତାଙ୍କୁ ମରଣୋତ୍ତର ‘ଅଶୋକ ଚକ୍ର’ ସମ୍ମାନରେ ସମ୍ମାନିତ କରାଯିବ।

ଏହି ସାହସୀ ଯୁବକ ଜଣଙ୍କ ହେଲେ ଲାନ୍ସ ନାଏକ ନଜିର ଅହମ୍ମଦ ୱାନି। ଗତ ନଭେମ୍ବର ୨୫ ତାରିଖରେ କଶ୍ମୀରର ସୋପିଆନରେ ଏକ ଆତଙ୍କବାଦୀ ଅପରେଶନ ସମୟରେ ୱାନି ସହିଦ ହୋଇଥିଲେ।

ତେବେ ଅହମ୍ମଦଙ୍କ ଅତୀତ ସାଧାରଣ ଯବାନଙ୍କ ପରି ନଥିଲା। ଦିନେ ସେ ଥିଲେ ଆତଙ୍କବାଦୀ। ବନ୍ଧୁକ ମୁନରେ ହିଂସା ସୃଷ୍ଟି କରିବା ଥିଲା ତାଙ୍କ ଉଦ୍ଦେଶ୍ୟ। ହେଲେ ସମୟ ଗଡ଼ିବା ସହ ତାଙ୍କ ମନୋଭାବରେ ପରିବର୍ତ୍ତନ ଘଟିଥିଲା। ଅସ୍ତ୍ର ଛାଡ଼ି ସେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ଏହାପରେ ଦେଶ ସେବା କରିବା ପାଇଁ ସେ ୨୦୦୪ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ସେବେଠାରୁ ଦକ୍ଷିଣ କଶ୍ମୀରରେ ଏକାଧିକ ଆତଙ୍କବାଦୀ ବିରୋଧୀ ଅପରେଶନରେ ସାମିଲ ହୋଇ ୱାନି ନିଜ ଦକ୍ଷତା ପ୍ରତିପାଦିତ କରିଥିଲେ।

ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇରେ ଅଦମ୍ୟ ସାହସ ଦେଖାଇଥିବା କାରଣରୁ ପୂର୍ବରୁ ତାଙ୍କୁ ସେନା ମେଡାଲ୍‌ରେ ମଧ୍ୟ ସମ୍ମାନିତ କରାଯାଇଥିଲା।



from Odisha Reporter http://bit.ly/2HCsuPE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages