
ସୋନପୁର (ରବୀନ୍ଦ୍ର ହୋତା): ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିଲେ। ଆଉ କେଉଁଥିରେ ନେଲେ ଧରା ପଡ଼ିଯିବାର ଭୟ ଥିବାରୁ ଆମ୍ବୁଲାନ୍ସରେ ନିଶ୍ଚିନ୍ତରେ ବୋହି ନେଉଥିଲେ ଗଞ୍ଜେଇ। ସେମାନେ ଭାବିଥିଲେ ଆମ୍ବୁଲାନ୍ସକୁ କେହି ଅଟକାଇବେନି। ତେବେ ସେମାନଙ୍କ ଉପାୟ ଫେଲ୍ ମାରିଲା। ସଭିଏଁ ଧରାପଡ଼ିଲେ। ଆଉ ସେମାନଙ୍କଠାରୁ ୨୫ କେଜି ଗଞ୍ଜେଇ ଜବତ କରାଗଲା। ଏ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ।
ଆମ୍ବୁଲାନ୍ସରେ ଗଞ୍ଜେଇ ଯାଉଥିବା ନେଇ ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇଥିଲା ସୁବର୍ଣ୍ଣପୁର ଜିଲ୍ଲାର ଅବକାରୀ ବିଭାଗ। ଏହା ପରେ ଅବକାରୀ ବିଭାଗର କିଛି କର୍ମଚାରୀ ସୋନପୁର-ବଲାଙ୍ଗୀର ରାସ୍ତାର ଅର୍ଜୁନପୁର ଠାରେ ଛପି ରହିଥିଲା। ସେମାନେ ସେଠାରେ ଆମ୍ୱୁଲାନ୍ସକୁ ଅଟକାଇ ଯାଞ୍ଚ କରିଥିଲେ ଓ ଗଞ୍ଜେଇ ଜବତ କରିଥିଲେ। ଆମ୍ବୁଲାନ୍ସରେ ଛତିଶଗଡ଼ର ନମ୍ବର ପ୍ଲେଟ୍ ଲାଗିଥିଲା।
ଦୁଇ ଗିରଫ ଅଭଯୁକ୍ତ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ ବୋଲି ଜଣାପଡ଼ିଛି। ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
from Odisha Reporter http://bit.ly/2S7Vy5m
No comments:
Post a Comment