ବିଷାକ୍ତ ଖାଦ୍ୟ ଖାଇ ଶିଶୁ ମୃତ, ପରିବାରର ବାକି ୪ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ବିଷାକ୍ତ ଖାଦ୍ୟ ଖାଇ ଶିଶୁ ମୃତ, ପରିବାରର ବାକି ୪ ଗୁରୁତର

rayagada

ରାୟଗଡ଼ା (ମନୋଜ ପାତ୍ର): ବିଷାକ୍ତ ଖାଦ୍ୟ ଖାଇବା ଯୋଗୁ କାଶୀପୁର ବ୍ଲକ ଅଞ୍ଚଳରେ ଜଣେ ୮ ବର୍ଷ ଶିଶୁର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାରର ୪ ଜଣ ଗୁରୁତର ଅସୁସ୍ଥ ଅଛନ୍ତି। ଅସୁସ୍ଥମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଉପର କଡିଙ୍ଗା ସେବାଶ୍ରମ ସ୍କୁଲରେ ରୋଷେୟା ଭାବେ କାମ କରୁଥିବା ଗୌରୀ ଜାନୀ ରାତିରେ ଭାତ ଓ କୁକୁଡା ମାଂସ ରୋଷେଇ କରିଥିଲେ। ଏହାକୁ ସପରିବାରେ ଖାଇବା ପରେ ସମସ୍ତଙ୍କୁ ବାନ୍ତି ହୋଇଥିଲା। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗୌରୀଙ୍କ ପୁଅ ରକି ଜାନୀଙ୍କ ମୃତ୍ୟୁ ଘଟିଥିଲା। ପରେ ଅନ୍ୟମାନଙ୍କୁ ରାୟଗଡ଼ା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।



from Odisha Reporter http://bit.ly/2CKkqry

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages