ଶ୍ରୀସନ୍ତଙ୍କ ପାଇଁ ଦୀପିକା ଲେଖିଲେ ଇମୋସନାଲ୍‌ ନୋଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ଶ୍ରୀସନ୍ତଙ୍କ ପାଇଁ ଦୀପିକା ଲେଖିଲେ ଇମୋସନାଲ୍‌ ନୋଟ୍‌

ମୁମ୍ୱାଇ: ଟେଲିଭିଜନ୍‌ ତାରକା ଦୀପିକା କକ୍କର୍ ‘ବିଗ୍ ବସ୍-୧୨’ର ବିଜେତା ହୋଇଛନ୍ତି। ଆପଣ ଜାଣିଥିବେ, ‘ବିଗ୍ ବସ୍’ ହାଉସ୍‌ରେ ଦୀପିକା ଓ ଶ୍ରୀସନ୍ତଙ୍କ ଭାଇ-ଭଉଣୀ ବଣ୍ଡିଂ ଦେଖିବାକୁ ମିଳିଥିଲା।
ଗ୍ରାଣ୍ଡ୍ ଫିନାଲେ ପର୍ଯ୍ୟନ୍ତ ମଧ୍ୟ ଏହି ଭାଇ-ଭଉଣୀଙ୍କ ଯୋଡ଼ି ସମସ୍ତଙ୍କୁ ଆକର୍ଷଣ କରିଥିଲା। ଶେଷରେ ଶ୍ରୀସନ୍ତ ରନର୍ସଅପ୍‌ ହୋଇଥିଲେ ଏବଂ ଦୀପିକା ‘ବିଗ୍‌ ବସ୍‌’ ଟ୍ରଫି ଜିତିଥିଲେ।
ଅନ୍ୟ ପକ୍ଷରେ ଶୋ’ର ଟପ୍‌ ୩ରେ ଥିବା ଦୀପକ ଠାକୁର୍‌ ୨୦ ଲକ୍ଷ ଟଙ୍କା ନେଇ ଗେମ୍‌କୁ କ୍ୱିଟ୍‌ କରିଥିଲେ।

ତେବେ ‘ବିଗ୍‌ ବସ୍‌’ ହାଉସ୍‌ରୁ ଯିବା ପରେ ଦୀପିକା ନିଜ ସୋଶାଲ୍‌ ମିଡିଆ ଆକାଉଣ୍ଟ୍‌ରେ ଭାଇ ଶ୍ରୀସନ୍ତଙ୍କ ପାଇଁ ଏକ ଇମୋସନାଲ୍‌ ପୋଷ୍ଟ୍‌ କରିଛନ୍ତି। ‘ବିଗ୍‌ ବସ୍‌’ ହାଉସ୍‌ରେ ଶ୍ରୀସନ୍ତଙ୍କ ସହ ବିତାଇଥିବା ସମୟକୁ ଦୀପିକା ଖୁବ୍‌ ମିସ୍‌ କରୁଥିବାର ଏହି ପୋଷ୍ଟରୁ ଜଣାପଡ଼ିଛି।

ଦୀପିକା ଏହି ପୋଷ୍ଟ୍‌ରେ ଏକ ଫଟୋ ଶେୟାର୍‌ କରିଛନ୍ତି, ଯେଉଁଥିରେ ଶ୍ରୀସନ୍ତ ଓ ଦୀପିକା ରହିଛନ୍ତି। ଏହି ଫଟୋଟି ‘ବିଗ୍‌ ବସ୍‌’ ହାଉସ୍‌ର ଶେଷ ଦିନରେ ଉଠା ଯାଇଥିଲା। ଦୀପିକା ଟ୍ୱିଟ୍‌ କରି ଲେଖିଛନ୍ତି, “ଏହା ମୋ’ ପାଇଁ ସବୁଠାରୁ ଅଧିକ ଗର୍ବର ବିଷୟ ଥିଲା, କାହିଁକି ନା ଟପ୍‌-୨ରେ ଆମେ ଦୁଇଜଣ ଥିଲୁ। ମୋ ସହ ସବୁ ସମୟରେ ରହିଥିବାରୁ ଭାଇ ତୁମକୁ ଧନ୍ୟବାଦ”।

ଦୀପିକା ଆହୁରି ମଧ୍ୟ ଲେଖିଛନ୍ତି ଯେ ” ଆମେ ଦୁଇ ଜଣ ସବୁବେଳେ ସାଙ୍ଗ ହୋଇ ରହିଥିଲୁ। ଏହା ଆମର ସବୁଠାରୁ ବଡ଼ ଶକ୍ତି ଥିଲା। ‘ବିଗ୍‌ ବସ୍‌’ ହାଉସ୍‌ରେ ତମ ସହିତ ବିତାଇଥିବା ସମୟକୁ ମୁଁ ମନେ ପକାଉଛି। ଜୀବନସାରା ମୁଁ ତମର ଉଉଣୀ ହୋଇ ରହିବି।“
‘ବିଗ୍‌ ବସ୍‌’ ହାଉସ୍‌ରେ ଦୀପିକାଙ୍କ ବ୍ୟବହାର ଓ ସରଳପଣିଆ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ସେ ଏକମାତ୍ର କଣ୍ଟେଷ୍ଟାଣ୍ଟ୍‌ ଥିଲେ, ଯିଏ ‘ବିଗ୍‌ ବସ୍‌’ ହାଉସ୍‌ରେ ଅପଶବ୍ଦ ବ୍ୟବହାର କରି ନ ଥିଲେ।



from Odisha Reporter http://bit.ly/2SwJqbb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages