
ନୂଆଦିଲ୍ଲୀ: ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣର ଖଳନାୟକ ପାକିସ୍ତାନୀ-ଆମେରକୀୟ ଆତଙ୍କବାଦୀ ଡେଭିଡ୍ ହେଡଲୀକୁ ଭାରତ ଅଣାଯିବ। ବର୍ତ୍ତମାନ ଆମେରିକାରେ ବନ୍ଦୀ ଜୀବନ କାଟୁଥିବା ହେଡଲୀକୁ ନୂଆଦିଲ୍ଲୀ ଆଣିବାକୁ ଏବେ ୱାଶିଂଟନ୍ ସହ ଆଲୋଚନା ଚାଲିଥିବା କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିକେ ସିଂହ କହିଛନ୍ତି।
ସେ କହିଛନ୍ତି, “ଭାରତ ସରକାର ଆମେରିକା ଏଜେନ୍ସି ଗୁଡ଼ିକ ସହ ହେଡଲୀକୁ ପ୍ରତ୍ୟର୍ପଣ ପାଇଁ ଯୋଗାଯୋଗରେ ରହିଛନ୍ତି। ଭାରତ ଓ ଆମେରିକା ମଧ୍ୟରେ ୧୯୭୭ରେ ହୋଇଥିବା ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ହେଡଲୀକୁ ସ୍ୱଦେଶ ଆଣିକାବୁ ଚେଷ୍ଟା କରାଯାଉଛି। ଏନେଇ ଡିସେମ୍ବର ୧୩ରୁ ୧୫ ତାରିଖ ଯାଏ ଭାରତର ତଦନ୍ତକାରୀ ଏଜେନ୍ସିର ସଦସ୍ୟମାନେ ଆମେରିକା ଯାଇଥିଲେ।”
ମୁମ୍ବାଇ ଆତଙ୍କବାଦୀ ହମ୍ଲାରେ ହେଡଲୀ ସଂପୃକ୍ତି ଥିବାରୁ ତାଙ୍କୁ ଆମେରିକାର ଏକ କୋର୍ଟ ୩୫ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏବେ ଭାରତ ହେଡଲୀକୁ ନିଜ ପାଖକୁ ଆଣିବାକୁ ଚାହୁଁଛି।
from Odisha Reporter http://bit.ly/2ABqy3Z
No comments:
Post a Comment