୧୩ ମାସ ପରେ ଅର୍ଦ୍ଧଶତକ ହାସଲ କଲେ ଧୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

୧୩ ମାସ ପରେ ଅର୍ଦ୍ଧଶତକ ହାସଲ କଲେ ଧୋନି

ସିଡ୍‌ନୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ୪ର୍ଥ ୱିକେଟ୍‌ ପାଇଁ ରୋହିତ ଶର୍ମାଙ୍କ ସହ ମିଶି ଦଳର ସ୍ଥିତି ସମ୍ଭାଳିଥିଲେ। ଉଭୟ ୧୩୭ ରନ୍‌ର ଭାଗୀଦାରି କରିଥିବା ବେଳେ ଧୋନି ୫୧ ରନ୍‌ର ଇନିଂସ୍‌ ଖେଳିଥିଲେ। ତେବେ ଦୀର୍ଘ ୧୩ ମାସ ପରେ ଧୋନି ଦିନିକିଆର କୌଣସି ମ୍ୟାଚ୍‌ରେ ୫୦ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି।

୨୦୧୭ ମସିହା ଡିସେମ୍ବର ମାସରେ ଧୋନି ଶେଷଥର ପାଇଁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୦୮ ବଲ୍‌ରେ ୫୦ ରନ୍‌ କରିଥିଲେ। ଏହା ତାଙ୍କ କ୍ୟାରିୟର୍‌ର ସବୁଠାରୁ ଧିମା ଅର୍ଦ୍ଧଶତକ ରହିଥିଲା। ଆଜି ଧୋନି ୯୩ଟି ବଲ୍‌ରେ ୫୦ ରନ୍‌ କରିଛନ୍ତି। ଏହା ତାଙ୍କ କ୍ୟାରିୟର୍‌ର ଦ୍ୱିତୀୟ ଧିମା ଅର୍ଦ୍ଧଶତକ। ସେହିପରି ଧୋନିଙ୍କ ଦିନିକିଆ କ୍ୟାରିୟର୍‌ର ଏହା ୬୮ତମ ଅର୍ଦ୍ଧଶତକ।



from Odisha Reporter http://bit.ly/2AIgOEZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages