ପୁଅ ଆଗରେ ଚାଲିଗଲେ ବାପା ଓ ଜେଜେ, ତେଣେ ଗଲା ଦୁଇ ସାଙ୍ଗଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ପୁଅ ଆଗରେ ଚାଲିଗଲେ ବାପା ଓ ଜେଜେ, ତେଣେ ଗଲା ଦୁଇ ସାଙ୍ଗଙ୍କ ଜୀବନ

କାମାକ୍ଷାନଗର/ଝାରସୁଗୁଡ଼ା(ରାକେଶ ଦେହୁରି ଓ ଭାଗିରଥୀ ସାହୁ): ଆଜି ଦୁଇଟି ପୃଥକ୍‌ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଛି। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ବ୍ଲକରେ ଘଟିଥିବା ଦୁର୍ଘଟଣାରେ ୫ ବର୍ଷର ପୁଅ ଆଗରେ ଜେଜେ ଓ ବାପାଙ୍କ ଜୀବନ ଯାଇଥିବା ବେଳେ ଝାରସୁଗୁଡ଼ାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ଘଟିଛି।

ପ୍ରଥମ ଘଟଣାରେ କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଡୋଲିଆ ଗାଁର ଜଗବନ୍ଧୁ ସର୍ଦ୍ଦାର, ତାଙ୍କ ପୁଅ ବିରଞ୍ଚି ଓ ତାଙ୍କ ନାତି ସୁଜିତ କୌଣସି କାମରେ ଏକ ବାଇକରେ ଭଦଳିଆ ଗାଁକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ମହାବିରୋଡ୍‌ର ଭଦଳିଆ ଛକରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ୍‌ ଚଲାଉଥିବା ବିରଞ୍ଚିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଗବନ୍ଧୁ ଓ ସୁଜିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଗବନ୍ଧୁଙ୍କ ମୃତ୍ୟୁ ଘଟିଥିଲା। ଏବେ ସୁଦ୍ଧା ସୁଜିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

ଝାରସୁଗୁଡ଼ା ବିଟିଏମ୍‌ ଅଞ୍ଚଳର ସୁନ୍ଦରମ ଝାଙ୍କ ଓ ବଢ଼େଇମୁଣ୍ଡାର ରିତିକ କେଶରୀ ଏକ ସ୍କୁଟିରେ ଇକୋ ପାର୍କ ଯାଉଥିଲେ। ଡାଇମଣ୍ଡ ଇଞ୍ଜିନିୟରିଂ କଲେଜ ନିକଟରେ ଏକ ଟ୍ରାକ୍ଟର ପଛରେ ସେମାନେ ପିଟି ହୋଇଯାଇ ଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସୁନ୍ଦରମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରିତିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡିକାଲ୍‌ ସ୍ଥାନାନ୍ତରିତ କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।



from Odisha Reporter http://bit.ly/2SP07yx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages