ରାଜଧାନୀ ପୁସ୍ତକ ମେଳାରେ ସାହିତ୍ୟ ଓ ଜାତୀୟତାବାଦ ସମ୍ପର୍କିତ ଆଲୋଚନାଚକ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ରାଜଧାନୀ ପୁସ୍ତକ ମେଳାରେ ସାହିତ୍ୟ ଓ ଜାତୀୟତାବାଦ ସମ୍ପର୍କିତ ଆଲୋଚନାଚକ୍ର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଚାଲିଥିବା ୧୯ତମ ରାଜଧାନୀ ପୁସ୍ତକ ମେଳାର ସପ୍ତମ ସନ୍ଧ୍ୟାରେ ଜାତୀୟ ସାହିତ୍ୟ ପ୍ରକାଶନୀ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ “ସାହିତ୍ୟ ଓ ଜାତୀୟତାବାଦ” ଉପରେ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ଓ ବିଶିଷ୍ଟ ବକ୍ତାମାନେ ଯୋଗଦେଇ ଏ ସଂପର୍କରେ ସାରଗର୍ଭକ ଭାଷଣମାନ ଦେଇ ସାହିତ୍ୟ ଓ ଜାତୀୟତାବାଦ ଯେ ଏକ ମୁଦ୍ରାର ଦୁଇ ପାର୍ଶ୍ଵ ପରି ପରସ୍ପରର ପରିପୂରକ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଆଲୋଚନାଚକ୍ରରେ ପୌରୋହିତ୍ୟ କରିଥିଲେ ଜାତୀୟ ସାହିତ୍ୟ ପ୍ରକାଶନୀର ସଭାପତି ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଶକୁନ୍ତଳା ବଳୀଆର ସିଂହ ସାହିତ୍ୟରେ ଜାତୀୟତାବାଦର ଅର୍ଥ ନିଜ ଜାତି, ନିଜ ଦେଶ, ନିଜ ସଂସ୍କୃତି ଏବଂ ପରମ୍ପରା ପ୍ରତି ଗଭୀର ଶ୍ରଦ୍ଧା ରଖିବା ବୋଲି କହିଥିଲେ। ରାଷ୍ଟ୍ରଦୀପର ପୂର୍ବତନ ସଂପାଦକ ଜଗବନ୍ଧୁ ମିଶ୍ର ଜାତୀୟତାବାଦ ଏକ ଚିରନ୍ତନ ପର୍ଯ୍ୟାୟବାଚୀ ଶବ୍ଦ ଏବଂ ଏହାର ବୈଶିଷ୍ଟ୍ୟ ଯୁଗେ ଯୁଗେ ରହି ଆସିଛି ବୋଲି ମତ ଦେଇଥିଲେ। ସାହିତ୍ୟ ଓ ଜାତୀୟତାବାଦ ଏକ ବ୍ୟାପକ ବିଷୟବସ୍ତୁ ଓ ଏହା ଉପରେ ସମାଜରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ଦରକାର ବୋଲି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ବସନ୍ତ କୁମାର ପଣ୍ଡା ମତବ୍ୟକ୍ତ କରିଥିଲେ। ଜାତୀୟ ସାହିତ୍ୟ ପ୍ରକାଶନୀର ସଂପାଦକ ଭାଗବତ ପ୍ରସାଦ ସ୍ୱାଇଁ ସଂପାଦକୀୟ ଅଭିଭାଷଣ ରଖିଥିଲେ। କୋଷାଧ୍ୟକ୍ଷ ଶୁଭାଶିଷ ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ ଓ ଉପସଭାପତି ପ୍ରମୋଦ କୁମାର ପରିଡ଼ା ଧନ୍ୟବାଦ ଭାଷଣ ପ୍ରଦାନ କରିଥିବା ବେଳେ ଗୋଲଖ ଚନ୍ଦ୍ର ଦାସ ଆଲୋଚନାଚକ୍ର ପରିଚାଳନାରେ ସହଯୋଗ କରିଥିଲେ।



from Odisha Reporter http://bit.ly/2SOCSEX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages