ସାବରୀମାଲା ପ୍ରସଙ୍ଗରେ ମୁହଁ ଖୋଲିଲେ ମୋଦି, କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ସାବରୀମାଲା ପ୍ରସଙ୍ଗରେ ମୁହଁ ଖୋଲିଲେ ମୋଦି, କହିଲେ ଏମିତି କଥା

ନୂଆଦିଲ୍ଲୀ: ପ୍ରଥମଥର ପାଇଁ କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରରେ ମହିଳା ପ୍ରବେଶକୁ ନେଇ ଲାଗି ରହିଥିବା ବିବାଦ ସମ୍ପର୍କରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କେରଳରେ ଅଶାନ୍ତି ପାଇଁ କ୍ଷମତାସୀନ ବାମ ଦଳକୁ ତୀବ୍ର ଭର୍ତ୍ସନା କରିଛନ୍ତି। ଏଥିସହ ବାମଦଳ ଭାରତର ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଜାଣିନାହିଁ ବୋଲି ମୋଦି କହିଛନ୍ତି।

କୋଲ୍ଲାମ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, “ଏଇ କିଛି ମାସ ହେଲାଣି ସମଗ୍ର ଦେଶ ସାବରୀମାଲାକୁ ନେଇ ଆଲୋଚନା କରୁଛି। ସାବରୀମାଲା ପ୍ରସଙ୍ଗରେ ବାମପନ୍ଥୀ ଦଳ ଓ ସରକାର ଯେଉଁ କାର୍ଯ୍ୟ କରିଛନ୍ତି, ତାହା ଇତିହାସର ସବୁଠାରୁ ଲଜ୍ଜାଜନକ ଘଟଣା।

ଏହା ସର୍ବଦା ଲିପିବଦ୍ଧ ହୋଇରହିବ। ବିଜେପି ସର୍ବଦା ଭାରତର ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ସହ ଏହା ସପକ୍ଷରେ ଛିଡ଼ା ହୁଏ। କିନ୍ତୁ ବାମଦଳ ଗୋଟିଏ ପଟେ ସଂସଦ କଥା କହୁଥିବା ବେଳେ ଅନ୍ୟପଟେ ଭଗବାନ ଆୟାପ୍ପାଙ୍କ ପାଇଁ ଆଉ ଗୋଟିଏ କଥା କହୁଛି। ଆମ ଦଳ ଯାହା କହେ ସର୍ବଦା ସେହିଁ ଅନୁଯାୟୀ କାର୍ଯ୍ୟ କରେ। କେରଳର ସଂସ୍କୃତି ଓ ପରମ୍ପରା ସହ ବିଜେପି ଏକମାତ୍ର ଦଳ ଭାବେ ସର୍ବଦା ଛିଡ଼ା ହୋଇଛି।

ଉଭୟ କଂଗ୍ରେସ ଓ ବାମଦଳ ଲିଙ୍ଗଗତ ଏକତା କଥା କହୁଛନ୍ତି। ହେଲେ ସେମାନଙ୍କ କଥା ଓ କାମ ଅଲଗା ଅଲଗା। ଏନ୍‌ଡିଏ ସରକାର ଟ୍ରିପଲ ତଲାକକୁ ଉଚ୍ଛେଦ କରିବାକୁ ଚାହୁଁଥିବା ବେଳେ ଉଭୟ କଂଗ୍ରେସ ଓ ବାମଦଳ ଏହାକୁ ବିରୋଧ କରୁଛନ୍ତି। ଏଥିରୁ ମହିଳାଙ୍କ ପ୍ରତି ସେମାନଙ୍କର ସମ୍ମାନ ଜଣାପଡ଼ୁଛି।”

ସୁପ୍ରିମକୋର୍ଟ କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶ ପାଇଁ ଅନୁମତି ଦେଇଛନ୍ତି। ଏହାକୁ ପାଳନ କରିବାକୁ ବାମଦଳ ସରକାର ଲାଗି ପଡ଼ିଛନ୍ତ। କିନ୍ତୁ କିଛି ହିନ୍ଦୁ ସଂଗଠନ ଏହାକୁ ବିରୋଧ କରିବାକୁ କେରଳରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି।



from Odisha Reporter http://bit.ly/2AOCO14

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages