
ବାଲିଗୁଡ଼ା (ଅଜିତ କୁମାର ନାୟକ): କଲେଜରେ ପାଠ ପଢ଼ୁଥିବା ବେଳେ କନିଆଁ କରିବ ବୋଲି କହିଥିଲା। ପ୍ରେମିକର ଏହି ପଦିଏ କଥାରେ ନିଜର ସର୍ବସ୍ୱ ଅଜାଡ଼ି ଦେଇଥିଲେ ପ୍ରେମିକା। କିନ୍ତୁ ଜାଣିନଥିଲା ଧୋକ୍କାବାଜ ପ୍ରେମକର କାରସାଦି। ପରେ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଦେଖାଇ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲା ପ୍ରେମିକ। ଏଥିରେ ପ୍ରେମିକା ରାଜି ନହେବାରୁ ସହି ଭିଡିଓକୁ ସୋଶାଲ ମିଡିଆରେ ଭାଇରାଲ୍ କରିଦେଇଥିଲା। ଏପରି ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି।
ଗତ ୭-୮ ଦିନ ତଳେ ଗୋଟିଏ ଅଶ୍ଲୀଳ ଭିଡ଼ିଓ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିଲା। ୧ ମିନିଟ ୧୧ ସେକେଣ୍ଡର ଏହି ଭିଡିଓରେ ଜଣେ ଆଦିବାସୀ ନାବାଳିକାଙ୍କ ସହିତ ଜଣେ ଯୁବକ ଶାରୀରିକ ସମ୍ପର୍କ ରଖିଥିବା ଦେଖିବାକୁ ମିଳିଥିଲା। ଯାହାକୁ ଦେଖିହେବ ନାହିଁ କି ଦେଖାଇ ହେବନାହିଁ। ତେବେ ଭିଡିଓଟି ଭାଇରାଲ୍ ହେଉଥିବା ଦେଖି ସମ୍ପୃକ୍ତ ନାବାଳିକାଙ୍କ ମାଆ ଏନେଇ ଗତକାଲି ଜି.ଉଦୟଗିରିର ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୁଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଭିଡିଓରେ ଥିବା ଯୁବକ ପ୍ରୟାଗରାଜ ନାୟକ ଓରଫ ପ୍ରିନ୍ସକୁ ଗିରଫ କରିଥିଲା। ଏପରିକି ପ୍ରିନ୍ସର ଘରୁ ବହୁ ଆପତ୍ତିଜନକ ଜିନିଷ ଜବତ କରିଥିଲା। ଯେଉଁଥିରେ ବିଭିନ୍ନର ବ୍ରାଣ୍ଡର କଣ୍ଡୋମ, ଉତ୍ତେଜକ ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ। ଏହାଛଡ଼ା ପ୍ରିନ୍ସର ମୋବାଇଲ୍କୁ ମଧ୍ୟ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।
ପୂରା ଘଟଣା ଏମିତି- ପ୍ରିନ୍ସ ଓ ୧୭ ବର୍ଷୀୟା ନାବାଳିକା ଏକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀରେ ପଢ଼ନ୍ତି। ଉଭୟ ଏକାଠି ପାଠ ପଢ଼ୁଥିବା ବେଳେ ପରସ୍ପରକୁ ଭଲ ପାଇଥିଲେ। ନାବାଳିକାଙ୍କ ସରଳତାର ସୁଯୋଗ ନେଇ ପ୍ରିନ୍ସ ବିବାହର ପ୍ରତିଶ୍ରୁତି ଦେଇ ଅଗଷ୍ଟ ୨୦୧୮ରେ ତା’ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଏପରିକି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରିବା ସହିତି କିଛି ଫଟୋ ଉଠାଇଥିଲା। ପରେ ଉକ୍ତ ଭିଡିଓ ଦେଖାଇ ନାବାଳିକାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ଉଦ୍ୟମ କରିଥିଲା ପ୍ରିନ୍ସ। ମାତ୍ର ଏଥିରେ ନାବାଳିକା ରାଜି ନହେବାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋଶାଲ ମିଡିଆରେ ଛାଡ଼ି ଦେବାକୁ ଧମକ ଦେଉଥିଲା ପ୍ରିନ୍ସ। ଆଉ ସତକୁ ସତ, ସେ ସେହି ଭିଡିଓକୁ ଭାଇରାଲ୍ କରିଦେଇଥିଲା ବୋଲି ନାବାଳିକା ଥାନାରେ ଦେଇଥିବା ଏଫ୍ଆଇଆର୍ରେ ଉଲ୍ଲେଖ ରହିଛି।
from Odisha Reporter http://bit.ly/2DbOzzW
No comments:
Post a Comment