କଂଗ୍ରେସରେ ସାମିଲ ହେବେ ପଞ୍ଚାନନ କାନୁନଗୋ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

କଂଗ୍ରେସରେ ସାମିଲ ହେବେ ପଞ୍ଚାନନ କାନୁନଗୋ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଖୁବଶୀଘ୍ର କଂଗ୍ରେସରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୫ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସୁଥିବାବେଳେ ତାଙ୍କୁ ଶ୍ରୀ କାନୁନଗୋ ଭେଟି ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହେବେ ବୋଲି ସୂଚନା ମିଳିଛି।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡା, ଡାକ୍ତର ଦାମୋଦର ରାଉତ ଓ ପଞ୍ଚାନନ କାନୁନଗୋଙ୍କ ଭୂମିକା କ’ଣ ରହିବ ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଲାଗି ରହିଛି। ତେବେ ଡାକ୍ତର ରାଉତ ‘ ଜନତା କ୍ରାନ୍ତି ଦଳ’ ନାଁରେ ନୂଆ ଦଳ ଗଠନ କରିବେ ବୋଲି ସାମ୍ବାଦିକମାନଙ୍କୁ ସଙ୍କେତ ଦେଇଥିବାବେଳେ ବୈଜୟନ୍ତ ମଧ୍ୟ ନିଜର କାର୍ଡ ଏପର୍ଯ୍ୟନ୍ତ ଖୋଲିନାହାନ୍ତି। ତେବେ ବିଜୟ, ଦିଲ୍ଲୀପ ଓ ପଞ୍ଚାନନ ଇତିମଧ୍ୟରେ ନିଜର ରାଜନୀତିକ କାର୍ଯ୍ୟପନ୍ଥା ସ୍ଥିର କରିଥିବା ଜଣାପଡ଼ିଛି।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ  ପଞ୍ଚାନନ କଂଗ୍ରେସରେ ସାମିଲ ହେବାକୁ ସମ୍ମତି ଜଣାଇଛନ୍ତି। ସେ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ନୁହେଁ ବରଂ ସମ୍ମାନଜନକ ଭାବେ କଂଗ୍ରେସରେ ସାମିଲ ହେବାକୁ ଚାହୁଁଥିବା ଜଣାପଡ଼ିଛି। ସେହିପରି ବରିଷ୍ଠ ନେତା ବିଜୟ ମହାପାତ୍ର ଏବେ କୌଣସି ଦଳରେ ପ୍ରତ୍ୟକ୍ଷ ଭାବେ ସାମିଲ ନହୋଇ ନିଜେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଗାମୀ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ଅବଶ୍ୟ ସେଥିପାଇଁ ତାଙ୍କୁ କଂଗ୍ରେସ ସହଯୋଗ କରିବ। ଦିଲ୍ଲୀପ ରାୟ ନିଜେ ନିର୍ବାଚନ ନଲଢ଼ିବା ପାଇଁ ଘୋଷଣା କରିସାରିଥିବାରୁ ସେ ଆଗାମୀ ନିର୍ବାଚନରେ ପରୋକ୍ଷ ଭାବେ କଂଗ୍ରେସକୁ ସହଯୋଗ କରିବେ ବୋଲି ସୂଚନା ମିଳିଛି।

ଗତ ଦୁଇଦିନ ତଳେ ଏହି ବରିଷ୍ଠ ନେତାମାନେ ଏକ ବୈଠକ କରି ନିଜର ଭବିଷ୍ୟତ ରଣନୀତି ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି।



from Odisha Reporter http://bit.ly/2HrxWoi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages