୨ରେ ପୁରୀରେ ବିଜେପିର ଦୁଇଦିନିଆ ଜନଜାତି ରାଷ୍ଟ୍ରୀୟ ମହାଧିବେଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

୨ରେ ପୁରୀରେ ବିଜେପିର ଦୁଇଦିନିଆ ଜନଜାତି ରାଷ୍ଟ୍ରୀୟ ମହାଧିବେଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଫେବୃଆରୀ ୨ରୁ ବିଜେପିର ୨ଦିନିଆ ଜନଜାତି ରାଷ୍ଟ୍ରୀୟ ମହାଧିବେଶନ ପୁରୀରେ ଅନୁଷ୍ଠିତ ହେବ। ଏଥିରେ ବିଜେପି ସଭାପତି ଅମିତ ଶାହ ଉଦବୋଧନ ଦେବେ ଓ ପ୍ରାୟ ଏକ ଲକ୍ଷ ଆଦିବାସୀ ସାମିଲ ହେବେ ବୋଲି ବିଜେପି ଜନଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ବିଧାୟକ ରବି ନାଏକ ସୂଚନା ଦେଇଛନ୍ତି।

ଏହି ମହାଅଧିବେଶନକୁ ସଫଳ କରିବା ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ନାଏକ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସାରା ଓଡ଼ିଶା ତଥା ଆଦିବାସୀ ମାନଙ୍କର ଠାକୁର। ଶବର ରାଜା ବିଶ୍ୱାବସୁଙ୍କ ପାଖରେ ଜଗନ୍ନାଥ ମହାପ୍ରଭୁ ପୁର୍ବରୁ ନୀଳମାଧବ ରୂପେ ପୁଜା ପାଉଥିଲୋ ଏହି ମହାନ୍ ସଂଯୋଗ ଅବସରରେ ଏହି ମହାଅଧିବେଶନକୁ ପୁରୀରେ କରାଯିବା ପାଇଁ ସ୍ଥିର କରାଯାଇଛି।

ରାଜ୍ୟରେ ଜନଜାତିମାନଙ୍କର ଅଧିକାରକୁ ଛଡ଼ାଇ ନେବା,କେନ୍ଦ୍ର ସରକାର ପ୍ରଣୟନ କରିଥିବା ଯୋଜନାକୁ ସଠିକ୍ ଭାବରେ ଲାଗୁ କରାଇ ନଦେବା ଏବଂ ଜନଜାତିଙ୍କର ବିଭିନ୍ନ ଜ୍ୱଳନ୍ତ ପ୍ରସଙ୍ଗକୁ ନେଇ ଏହି ଅଧିବେଶନ ଆୟୋଜିତ ହେବ।

ଆଦିବାସୀଙ୍କ ଅଧିକାର ପାଇଁ ଆୟୋଜିତ ଏହି ଅଧିବେଶନରେ ୫ ହଜାରରୁ ଊର୍ଦ୍ଧ୍ଵ ପ୍ରତିନିଧି ସାମିଲ ହେବା ସହ ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦ୍ୱିତୀୟ ଦିନ ତଥା ଫେବୃଆରୀ ୩ ତାରିଖରେ ଏକ ବିଶାଳ ‘ଆଦିବାସୀଙ୍କ ହକ୍’ ଅଭିଯାନ ରାଲି ଆୟୋଜିତ ହେବ। ଏହି ରାଲିରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓ ୧ ଲକ୍ଷରୁ ଊର୍ଦ୍ଧ୍ଵ ଆଦିବାସୀ ଯୋଗ ଦେଇ ନିଜ ଅଧିକାର ସୁରକ୍ଷା ପାଇଁ ଦାବି ଓ ରାଜ୍ୟ ସରକାରଙ୍କ ଜନଜାତି ବିରୋଧୀ ନୀତିକୁ ବିରୋଧ କରିବେ ବୋଲି ଶ୍ରୀ ନାଏକ କହିଛନ୍ତି।

ରାଜ୍ୟରେ ସବୁ ସମୟରେ ଆଦିବାସୀମାନେ ଉପେକ୍ଷିତ ହୋଇ ଆସୁଛନ୍ତି। ରାଜ୍ୟସରକାର ଆଦିବାସୀମାନଙ୍କୁ ସେମାନଙ୍କ ଅଧିକାର ଦେବାରେ ସପୂର୍ଣ୍ଣରୂପେ ବିଫଳ ହୋଇଛନ୍ତି। ଜମି ନଥାଇ ଜମି ପଟ୍ଟା ଦେବେ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଜାତି ପ୍ରମାଣପତ୍ର ପାଇଁ ବିଭିନ୍ନ ଆଇନ କରି ଜନଜାତି ଲୋକମାନଙ୍କୁ ହଇରାଣ କରୁଛନ୍ତି। ଜନଜାତି ବର୍ଗଙ୍କ ଷ୍ଟାଇପେଣ୍ଡ ବକେୟା ରହିଛି। ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ନାଁରେ ୯ଟି ପରିଷଦ କରି ନିର୍ବାଚିତ ପ୍ରତିନିଧୀମାନଙ୍କ ଅଧିକାରକୁ ଛଡ଼ାଇ ନେଇଛନ୍ତି। ରାଜ୍ୟସରକାରଙ୍କ ଆଦିବାସୀମାରଣ ନୀତିକୁ ବିରୋଧ ସହ ଆଦିବାସୀମାନଙ୍କୁ ସେମାନଙ୍କ ହକ୍ ଦେବା ଏହି ଅଧିବେଶନରେ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ନାଏକ କହିଛନ୍ତି।

ଏହି ପ୍ରସ୍ତୁତି ବୈଠକରେ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ରାମ ବିଚାର ନେତମ, ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ସାଧାରଣ ସଂପାଦକ ମାନସ ମହାନ୍ତି ଓ ଅନନ୍ତ ନାୟକଙ୍କ ସମେତ ମୋର୍ଚ୍ଚାର ଶତାଧିକ କର୍ମକର୍ତ୍ତା ସାମିଲ ଥିଲେ।



from Odisha Reporter http://bit.ly/2sB2Lwy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages